Thu. Apr 16th, 2026

ନ୍ୟୁଜ ଡେକ୍ସ : ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ୨୮ ବର୍ଷୀୟା ଶିକ୍ଷୟିତ୍ରୀ ଦିବ୍ୟା ସିଂହ ସାଇକେଲ ଯୋଗେ ମାଉଣ୍ଟ ଏଭେରେଷ୍ଟ ବେସ୍ କ୍ୟାମ୍ପରେ ପହଞ୍ଚି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। କାଠମାଣ୍ଡୁରୁ ଯାତ୍ରା ଆରମ୍ଭ କରି ସେ ମାତ୍ର ୧୪ ଦିନ ମଧ୍ୟରେ ୧୭,୫୬୦ ଫୁଟ ଉଚ୍ଚତାରେ ପହଞ୍ଚିବାରେ ସଫଳ ହୋଇଛନ୍ତି।ଏହି ଅସାଧାରଣ ସଫଳତା ସହ ସେ ପ୍ରଥମ ଭାରତୀୟ ଏବଂ ବିଶ୍ୱର ଦ୍ୱିତୀୟ ମହିଳା ଭାବେ ଏହି କୃତିତ୍ୱ ଅର୍ଜନ କରିଛନ୍ତି।

ତାଙ୍କ ଏହି ସାହସିକ ଯାତ୍ରା ସମସ୍ତଙ୍କୁ ପ୍ରେରଣା ଦେଇଛି।ମାଇନସ୍ ୧୨ ଡିଗ୍ରୀ ସେଲସିଏସ୍ ତାପମାତ୍ରା, ଅମ୍ଳଜାନର ଅଭାବ ଏବଂ ପ୍ରବଳ ପବନ ଭଳି କଠିନ ପରିସ୍ଥିତି ସତ୍ତ୍ୱେ ସେ ପ୍ରତିଦିନ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ସାଇକେଲ ଚଲାଇଥିଲେ। ଦୁର୍ଗମ ପଥରେ କେତେକ ସ୍ଥାନରେ ସେ ନିଜ କାନ୍ଧରେ ସାଇକେଲ ବୋହି ଆଗକୁ ବଢ଼ିଥିଲେ।

ସାଲେରୀ, ସୁରକେ, ଫାକଡିଂ ଓ ନାମଚେ ବଜାର ଭଳି କଷ୍ଟକର ରାସ୍ତା ଅତିକ୍ରମ କରି ସେ ଶେଷରେ ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ତ୍ରିରଙ୍ଗା ଉଡାଇ ସେ ଏହି ସଫଳତାକୁ ଉତ୍ସବମୟ କରିଥିଲେ। ଏହି ଐତିହାସିକ ମୁହୂର୍ତ୍ତର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ଏବଂ ଦିବ୍ୟାଙ୍କ ସାହସ ଓ ଦୃଢ଼ ସଙ୍କଳ୍ପକୁ ସମସ୍ତେ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *