Sun. Jun 7th, 2026

ନ୍ୟୁଜ ଡେକ୍ସ : ମକର ସଂକ୍ରାନ୍ତି ଭଳି ପବିତ୍ର ପର୍ବଦିନରେ ସେବାୟତ ନିଯୋଗମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ଭାରି ବିଭ୍ରାଟ ସୃଷ୍ଟି ହୋଇଥିଲା। ଘୃତ କମଳ ଲାଗି ଓ ମକର ଚାଉଳ ଭୋଗ ହୋଇନଥିବାରୁ ପ୍ରଭୁ ଲିଙ୍ଗରାଜଙ୍କୁ ରାତିଭରି ଉପବାସ ରହିବାକୁ ପଡିଥିଲା, ଯାହା ଦେଖି ଅଗଣିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ବୁଧବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ସନ୍ଧ୍ୟାଧୂପ ନୀତିରେ ପର୍ବଜାତ ବିଶୋଇ କ୍ଷୀର ଦିଆନଥିବାକୁ ନେଇ ଚର୍ଚ୍ଚିତ ସେବାୟତ ଭୋଗ ଆଣିବାକୁ ମନା କରିଥିଲେ। ଏହା ପରେ ମନ୍ଦିରର ସମସ୍ତ ନୀତି ଅଟକି ରହିଥିଲା ଏବଂ ଗତକାଲି ରାତି ସାଢ଼େ ୮ଟାରୁ ଗୁରୁବାର ଭୋର ୫ଟା ପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜ ଉପବାସରେ ରହିଥିଲେ।

ଆଜି ସକାଳେ ମନ୍ଦିର ଦ୍ୱାର ଖୋଲିବା ସହିତ ସମସ୍ତ ନୀତିକାନ୍ତି ପୁନର୍ବାର ସ୍ୱାଭାବିକ ହୋଇଛି। ମଙ୍ଗଳ ଆଳତି ସଂପନ୍ନ ହେବା ପରେ ଭକ୍ତମାନେ ଧାଡିରେ ଯାଇ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି। ମନ୍ଦିର ପରିସରରେ ପୁନର୍ବାର ଶାନ୍ତି ଓ ଭକ୍ତିମୟ ପରିବେଶ ଫେରିଆସିଛି।

Leave a Reply

Your email address will not be published. Required fields are marked *