Thu. Jun 4th, 2026

ନ୍ୟୁଜ ଡେକ୍ସ : ନିତିନ ନବୀନ ଆସନ୍ତା ୧୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ନିତିନ ନବୀନଙ୍କ ପ୍ରଥମ ଓଡ଼ିଶା ଗସ୍ତ। ଏହି ଗସ୍ତ ସମୟରେ ସେ ରାଜ୍ୟ ପଦାଧିକାରୀ, ଜିଲ୍ଲା ନେତା ଓ କର୍ମୀମାନଙ୍କ ସହ ସିଧାସଳଖ ଆଲୋଚନା କରିବେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ କିପରି ଆହୁରି ମଜବୁତ କରାଯିବ ସେନେଇ ସେ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।ଏପଟେ ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବା ପରେ ମଧ୍ୟ ସଂଗଠନର ପୂର୍ଣ୍ଣ ପୁନର୍ଗଠନ ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ।

ବହୁ ସାଙ୍ଗଠନିକ ପଦବୀ ସହ ବୋର୍ଡ ଓ ନିଗମର ଅନେକ ଆସନ ଖାଲି ପଡ଼ିଥିବାରୁ ଦଳ ଭିତରେ ଆଶା ଓ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ରୀୟ ନେତୃତ୍ୱର ଅନୁମୋଦନ ଅପେକ୍ଷାରେ ଥିବା ଏହି ନିଯୁକ୍ତିଗୁଡ଼ିକୁ ନେଇ ଦଳୀୟ ମହଳରେ ଚର୍ଚ୍ଚା ଚାଲିଥିବା ବେଳେ ନିତିନ ନବୀନଙ୍କ ଏହି ଗସ୍ତ ସମୟରେ କୌଣସି ବଡ଼ ସଙ୍କେତ ମିଳିପାରେ କି ନାହିଁ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *