Sat. Feb 21st, 2026

ନ୍ୟୁଜ ଡେକ୍ସ : ଖରାରେ ଦୀର୍ଘ ସମୟ ରହିଲେ ତ୍ୱଚା ଅଧିକ ଟ୍ୟାନ୍‌ ହୋଇ କଳା ପଡ଼ିଯାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ରସାୟନିକ ସାମଗ୍ରୀ ପରିବର୍ତ୍ତେ ଘରୋଇ ଉପାୟ ଅପନାଇବା ଉଚିତ। କମଳାରେ ଥିବା ଭିଟାମିନ୍‌-ସି ଓ ପ୍ରାକୃତିକ ଗୁଣ ତ୍ୱଚାର ଟାନିଂ କମାଇ ଉଜ୍ଜ୍ୱଳତା ବଢ଼ାଇଥାଏ।

ବେସନ ଓ କମଳା ରସର ଫେସ୍‌ ପ୍ୟାକ୍‌

ଟାନିଂ ହଟାଇବା ପାଇଁ ୨ ଚାମଚ କମଳା ରସ, ୧ ଚାମଚ ବେସନ ଓ ୧ ଚାମଚ ଗୋଲାପ ଜଳ ଭଲଭାବେ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍‌ ପରେ ଧୀରେ ଧୀରେ ଧୋଇଦିଅନ୍ତୁ। ଖରାରେ ହୋଇଥିବା ସ୍କିନ୍‌ ଟାନିଂ କମାଇବାରେ ଏହି ପ୍ୟାକ୍‌ ବେଶ୍‌ ଫାଇଦା ଦେଇଥାଏ।

ଶୁଷ୍କ ତ୍ୱଚା ପାଇଁ ନଡ଼ିଆ ତେଲ–

କମଳା ପ୍ୟାକ୍‌ତ୍ୱଚା ଯଦି ଅତ୍ୟଧିକ ଶୁଷ୍କ ହୋଇଥାଏ, ତେବେ ୧ ଚାମଚ ନଡ଼ିଆ ତେଲ ସହ ୧ ଚାମଚ କମଳା ରସ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ୧ ଘଣ୍ଟାରୁ ଅଧିକ ସମୟ ରଖିପାରିବେ। ସପ୍ତାହକୁ ୨ ଥର ବ୍ୟବହାର କଲେ ତ୍ୱଚା ମୁଲାୟମ ଓ ସୁନ୍ଦର ହେବ।

କମଳା ଚୋପା ଗୁଣ୍ଡର ଚମତ୍କାର

୧ ଚାମଚ କମଳା ଚୋପାର ଗୁଣ୍ଡ, ୧ ଚାମଚ ଗୋଲାପ ଜଳ ଓ ଅଳ୍ପ ହଳଦୀ ମିଶାଇ ପେଷ୍ଟ ବନାନ୍ତୁ। ୧୫–୨୦ ମିନିଟ୍‌ ମୁହଁରେ ଲଗାଇ ଧୋଇଦିଅନ୍ତୁ। ସପ୍ତାହକୁ ୨ ଥର ବ୍ୟବହାର କଲେ ଦାଗ, ଟାନିଂ ଓ ବ୍ରଣ ସମସ୍ୟା କମିବ।ଏହା ସହିତ କମଳା ଚୋପା ଗୁଣ୍ଡ, ମୁଲତାନୀ ମାଟି ଓ ଗୋଲାପ ଜଳ ସମାନ ମାତ୍ରାରେ ମିଶାଇ ପେଷ୍ଟ ତିଆରି କରି ଅଧଘଣ୍ଟାରୁ ୪୦ ମିନିଟ୍‌ ଯାଏଁ ଲଗାଇ ରଖିହେବ। ସପ୍ତାହକୁ ଥରେ ଏହି ପ୍ୟାକ୍‌ ବ୍ୟବହାର କଲେ ତ୍ୱଚା ସ୍ୱାସ୍ଥ୍ୟବାନ୍‌ ଓ ଉଜ୍ଜ୍ୱଳ ଦେଖାଯିବ।ଘରେ ମିଳୁଥିବା ସାମଗ୍ରୀରେ ତିଆରି ଏହି କମଳା ଫେସ୍‌ ପ୍ୟାକ୍‌ ନିୟମିତ ବ୍ୟବହାର କଲେ ଖରାର କୁପ୍ରଭାବରୁ ତ୍ୱଚାକୁ ସୁରକ୍ଷା ମିଳିବ।

Leave a Reply

Your email address will not be published. Required fields are marked *