Tue. Apr 21st, 2026

ନ୍ୟୁଜ ଡେକ୍ସ : ଆଜିକାଲି ଦୌଡ଼-ଧାପ, ଚାପ ଓ ଅନିୟମିତ ଜୀବନଶୈଳୀ କାରଣରୁ ଅନେକ ଲୋକ ରାତିରେ ନିଦ ନ ଆସିବା ସମସ୍ୟାରେ ଭୁଗୁଛନ୍ତି। ଦୀର୍ଘ ସମୟ ଶୋଇଥିଲେ ମଧ୍ୟ ନିଦ ନ ଆସିବା ଶରୀର ଓ ମନ ଉଭୟ ପାଇଁ କ୍ଷତିକାରକ। ଏଭଳି ସ୍ଥିତିରେ ଘରୋଇ ଉପାୟ ଭାବେ ପୁଦିନା ଚା ଖୁବ ଲାଭକାରୀ ସାବିତ୍ର ହୋଇପାରେ।ପୁଦିନାରେ ଥିବା ପ୍ରାକୃତିକ ପୋଷକ ତତ୍ତ୍ୱ ମନକୁ ଶାନ୍ତ କରିବା ସହ ଶରୀରକୁ ଆରାମ ଦେଇଥାଏ।

କ୍ୟାଫିନ-ମୁକ୍ତ ହେବାରୁ ପୁଦିନା ଚା ନିଦକୁ ବାଧା ଦେଉନଥାଏ, ବରଂ ନିଦ ଆସିବାରେ ସାହାଯ୍ୟ କରେ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପୁଦିନାରେ ପ୍ରାକୃତିକ ଆଣ୍ଟିସ୍ପାଜମୋଡିକ୍ ଗୁଣ ରହିଛି, ଯାହା ପାଚନ ତନ୍ତ୍ରର ମାଂସପେଶୀକୁ ଆରାମ ଦେଇଥାଏ। ଏହା ଗ୍ୟାସ୍, ପେଟ ଫୁଲିବା ଓ ବଦହଜମି ଭଳି ସମସ୍ୟାକୁ କମାଇ ରାତିରେ ଭଲ ନିଦ ଆସିବାରେ ସହାୟକ ହୋଇଥାଏ। ଅଧ୍ୟୟନ ମତାନୁସାରେ, ପୁଦିନା ତେଲ ଇରିଟେବ୍ଲ ବାୱେଲ୍ ସିଣ୍ଡ୍ରୋମ୍‌ର ଲକ୍ଷଣକୁ ମଧ୍ୟ ହ୍ରାସ କରିପାରେ। ଏହା ସହିତ, ପୁଦିନା ଚା’ର ସୁଗନ୍ଧ ସ୍ନାୟୁତନ୍ତ୍ର ଉପରେ ଶାନ୍ତ ପ୍ରଭାବ ପକାଇ ଦିନଭରିର ଚାପ ଓ ଉତ୍କଣ୍ଠାକୁ କମାଇଥାଏ।

ନିୟମିତ ଭାବରେ ସେବନ କଲେ ମନୋଭାବ ଉନ୍ନତ ହେବା ସହ ଶରୀରରେ ଶିଥିଳତା ଆସେ।ତଦୁପରି, ପୁଦିନାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ପାଟିର ଦୁର୍ଗନ୍ଧ କମାଇବାରେ ମଧ୍ୟ ସାହାଯ୍ୟ କରେ। ରାତିରେ ପୁଦିନା ଚା ପିଇଲେ ପାଟି ସତେଜ ରହିଥାଏ ଏବଂ ସକାଳ ପର୍ଯ୍ୟନ୍ତ ଭଲ ଅନୁଭବ ମିଳେ।ସେହିପରି, ଯଦି ଆପଣ ନିଦ ନ ଆସିବା କିମ୍ବା ପାଚନ ସମସ୍ୟାରେ ଭୁଗୁଛନ୍ତି, ତେବେ ଶୋଇବା ପୂର୍ବରୁ ଏକ କପ୍ ଗରମ ପୁଦିନା ଚା ପିଇ ଦେଖନ୍ତୁ। ଏହି ସହଜ ଘରୋଇ ଉପାୟ ଆପଣଙ୍କୁ ସୁସ୍ଥ ନିଦ ଏବଂ ଆରାମଦାୟକ ରାତି ଦେଇପାରେ।

Leave a Reply

Your email address will not be published. Required fields are marked *