Mon. Apr 20th, 2026

ନ୍ୟୁଜ ଡେକ୍ସ : ରାୟଗଡ଼ା ଜିଲ୍ଲାର ଗୁଣୁପୁର ଥାନା ଅଞ୍ଚଳରେ ଏକ ମର୍ମାନ୍ତିକ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଛି। ରବିବାର ବିଳମ୍ବିତ ରାତିରେ ଲିମାମୋଡା ଗ୍ରାମ ନିକଟରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରେ ସମ୍ପର୍କୀୟ ଭାଇ ଦୁଇଜଣଙ୍କ ପ୍ରାଣ ଯାଇଛି।

ମୃତକ ହେଲେ ମୁନା କିମ୍ବାକା ଓ କୃଷ୍ଣ କିମ୍ବାକା। ସେମାନେ ଗୁଡାରି ବ୍ଲକ ଅନ୍ତର୍ଗତ ନୀଳଗୁଡ଼ା ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଦୁହେଁ କୌଣସି କାମରେ ଗୁଣୁପୁର ଯାଇ ଏକ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଲିମାମୋଡା ନିକଟରେ ଗାଡ଼ିର ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେଇଥିଲେ।ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ।

କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଦ୍ରୁତ ଗତି ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବା ଆଶଙ୍କା କରାଯାଉଛି। ଏହି ଘଟଣା ପରେ ମୃତକଙ୍କ ଗ୍ରାମରେ ଶୋକର ଛାୟା ଛାଇଯାଇଛି।

Leave a Reply

Your email address will not be published. Required fields are marked *