ନ୍ୟୁଜ ଡେସ୍କ: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଗତ ନିର୍ବାଚନରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ ।
ନିଜ ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ବାସ ରଖେ । ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି, ଏଣୁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ମଣିଲି। ଟାଙ୍ଗୀ-ସାଲେପୁର ଲୋକଙ୍କ ସହ୨୫ ବର୍ଷ ହେଲା ଯୋଡିହୋଇ ରହିଛି, ଆଗାମୀ ଦିନରେ ମଧ୍ୟ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।
ନର୍ବାଚନ ପୂର୍ବରୁ ବିଜେଡିକୁ ଆସି ସେ କଟକ-ବାରବାଟୀ ଆସନରୁ ଟିକେଟ ହାତେଇଥିଲେ। ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟ୍ରେ ଜିତିଥିଲେ। ପରେ କଂଗ୍ରେସରୁ ବିଜେପି ଯାଇ ସେଠୁ ବିଜେଡିକୁ ଯାଇଥିଲେ ପ୍ରକାଶ । ତେବେ ପ୍ରକାଶଙ୍କ ଇସ୍ତଫା ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।