ନ୍ୟୁଜ ଡେସ୍କ: ସ୍ମାର୍ଟ ସିଟି ହେବ ସିଲଭର ସିଟି କଟକ। ଆଗାମୀ ଦିନରେ କଟକ ସହର ସ୍ମାର୍ଟ ସିଟି ଭାବେ ପରିଚିତ ହେବ। ଆଜି ଦୁର୍ଗାପୂଜାରେ କଟକ ବୁଲିବା ଅବସରରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ମୁଖ୍ୟମନ୍ତ୍ରୀ ଆଜି ମହାନବମୀରେ କଟକ ଯାଇ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିଥିଲେ।
ଏହି ଅବସରରେ ସେ କହିଛନ୍ତି, କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ପ୍ରାୟ ୪୦ଟି ପୂଜା ମଣ୍ତପ ଦର୍ଶନ କଲି । କଟକ ସହର ହେଉଛି ଭାଇଚାରାର ସହର । ଏଭଳି ପୂଜା ସାରା ବିଶ୍ୱରେ କେଉଁଠି ଅଛି ମୁଁ ଦେଖିନାହିଁ । ଏହା ମୋର ସୌଭାଗ୍ୟ ଯେ, ମୁଁ ଆଜି ମାଆଙ୍କ ଦର୍ଶନ କଲି । ଓଡ଼ିଶାକୁ କଟକ ସହ ସମୃଦ୍ଧି ଆଣନ୍ତୁ ବୋଲି ପ୍ରାର୍ଥନା କଲି । କଟକରେ ଭାଇଚାରା ରହିଆସିଛି ।
କଟକର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ଧ୍ୟାନ ଦେବୁ ।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଆଜି କଟକ ଗସ୍ତ କରି ବିଭିନ୍ନ ପୂଜା ମଣ଼୍ଡପରେ ମାଆଙ୍କୁ ଦର୍ଶନ କରି ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଥିଲେ । ପୂଜକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହାପରେ ଲୋକଙ୍କ ସହ ସେ ଫଟୋ ମଧ୍ୟ ଉଠାଇଥିଲେ । ଖାନନଗରରେ ଦହିବରା ଆଳୁଦମ ଖାଇଲେ ।