Tue. Feb 24th, 2026

ନ୍ୟୁଜ ଡେକ୍ସ : ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ମୁକ୍ତ ଅଭିଯାନ ଜୋରଦାର ଭାବେ ଆରମ୍ଭ ହୋଇଛି। ରବିବାର ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ପୋଲିସ ୧୪ କୁଣ୍ଟାାଲ ୫୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି।ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ବୌଦ୍ଧ ପୋଲିସ ଚେକିଂ କଢ଼ାଇଥିଲା।

National Highway 57ର ବାମଣ୍ଡା ନିକଟରେ ଏକ କାରକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିରୁ ୫୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ବାଣପୁରର ଭକ୍ତିପ୍ରସାଦ ଦାଶଙ୍କୁ ଗିରଫ କରାଯାଇଛି।ସେହିପରି ବଘିଆପଡା-ଲାଣ୍ଡିବନ୍ଧ ରାସ୍ତାର ପନ୍ଥେଇ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ଜମା କରି ରଖାଯାଇଥିବା ସୂଚନା ମିଳିଥିଲା।

ପୋଲିସ ଚଢାଉ କରି ସେଠାରୁ ୧୪ କୁଣ୍ଟାାଲ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଅନ୍ୟ ୬ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସ ଦୁଇଟି ମାମଲାର ତଦନ୍ତ ଜାରି ରଖିଛି ଏବଂ ଗଞ୍ଜେଇ ଚାଲାଣ ଚକ୍ରର ସଂପୃକ୍ତ ଅନ୍ୟ ଲୋକମାନଙ୍କୁ ଚିହ୍ନଟ କରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *