Tue. Feb 24th, 2026

ନ୍ୟୁଜ ଡେକ୍ସ : ବଲାଙ୍ଗୀର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହ ସାରି କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରୁଥିବା ବେଳେ ରାସ୍ତା ମଝିରୁ ନବବଧୁଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ବଲାଙ୍ଗୀର ଜିଲ୍ଲାରେ ଘଟିଛି।ସୂଚନା ଅନୁଯାୟୀ, ବର ବିବାହ ପାଇଁ କାମାଖି ନଗରରୁ କଣ୍ଟାମାଲ ଅଞ୍ଚଳକୁ ବରଯାତ୍ରୀ ନେଇ ଯାଇଥିଲେ।

ବିବାହ ଉତ୍ସବ ଶେଷ ହେବା ପରେ ବର, କନ୍ୟା ଓ ବରଯାତ୍ରୀମାନେ ଗାଡ଼ିରେ ଘରକୁ ଫେରୁଥିଲେ। ହେଲେ ମଝି ରାସ୍ତାରେ କନ୍ୟାଙ୍କ ପୂର୍ବତନ ପ୍ରେମିକ କିଛି ସହଯୋଗୀଙ୍କ ସହ ବର ଦଳକୁ ଅଟକାଇଥିବା ଜଣାପଡ଼ିଛି।ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ବର ଓ ଅନ୍ୟମାନଙ୍କୁ ଧମକାଇଥିଲେ ଏବଂ ନବବଧୁଙ୍କୁ ବଳପୂର୍ବକ ଘଟଣାସ୍ଥଳରୁ ଉଠାଇ ନେଇଥିଲେ।

ଘଟଣା ପରେ ବର ଓ ସାଥୀମାନେ ଅସହାୟ ହୋଇପଡ଼ିଥିଲେ।ଘରକୁ ନଯାଇ ସିଧା ତରଭା ପୋଲିସ ଷ୍ଟେସନକୁ ଯାଇ ବର ଅଭିଯୋଗ ଦାଖଲ କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଖୋଜିବା ସହ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି।

Leave a Reply

Your email address will not be published. Required fields are marked *