Fri. Feb 27th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଏକ ଦୁଃଖଦ ଘଟଣା ସମ୍ମୁଖୀନ ହୋଇଛି। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଠବାଉଁଶୁଳି ଗାଁରେ ଏକ କୂଅରେ ପଡ଼ି ଏକ ବର୍ଷ ବୟସର ହାତୀଛୁଆର ମୃତ୍ୟୁ ଘଟିଛି। ମୋହନ ଚରଣ ମହାନ୍ତଙ୍କ ଘର ନିକଟସ୍ଥ କୂଅରେ ଏହି ଅଭାଗା ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ୧୦ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର୍ କରୁଥିଲେ। ଏହି ସମୟରେ ନିକଟରେ ଥିବା ଏକ ଖୋଲା କୂଅରେ ୧ ବର୍ଷ ବୟସର ହାତୀଛୁଆଟି ଖସିପଡ଼ିଥିଲା। ଛୁଆକୁ ଉଦ୍ଧାର କରିବାକୁ ହାତୀପଲ ପକ୍ଷରୁ ଚେଷ୍ଟା ହୋଇଥିଲେ ମଧ୍ୟ, ଉପରୁ ପଥର ଖସି ଛୁଆ ହାତୀର ମୁଣ୍ଡରେ ଲାଗିଥିଲା।

ଫଳରେ ଘଟଣାସ୍ଥଳରେ ହିଁ ଛୁଆ ହାତୀର ମୃତ୍ୟୁ ଘଟିଥିଲା।ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ମୃତ ହାତୀଛୁଆର ଶବ ଉଦ୍ଧାର କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପଦ୍ମପୁର ନର୍ସରୀରେ ପୋତି ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *