Thu. Mar 5th, 2026

ନ୍ୟୁଜ ଡେକ୍ସ : ଜଗତସିଂହପୁର ଜିଲ୍ଲାର ନୂଆପଡା ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ଚୋରା ମଦକାରବାରର ଗୁମର ଖୋଲିଛି ପୁଲିସ। ଚଢ଼ଉ କରି ପୁଲିସ ଏକାଥରେ ୮୮୦ ବୋତଲ ମଦ ଜବତ କରିବା ସହ ଚାଲାଣରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ନୂଆପଡାର ଚନ୍ଦନ ଓରଫ୍ ଶିବ ପ୍ରସାଦ ଦାସ (୨୫)। ଚଢ଼ଉ ବେଳେ ନୂଆପଡାର ମୁନା ଓରଫ୍ ସଂଗ୍ରାମ ପ୍ରଧାନ ଫେରାର ହୋଇଯାଇଥିବା ଜଣାଯାଇଛି।

ଏହି ଘଟଣା ସମ୍ପର୍କରେ ଢିହସାହି ବିଦେଶୀ ମଦ ଦୋକାନର ମ୍ୟାନେଜର ଦିଲ୍ଲୀପ ରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏସଡିପିଓ ଆଜିଙ୍କ୍ଯା ମାଣେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଚୋରା ବେପାରୀମାନେ ଢିହସାହିରେ ଥିବା ବିଦେଶୀ ମଦ ଦୋକାନରୁ ମଦ କିଣି ଚୋରାରେ ବିକ୍ରି କରୁଥିଲେ।

ପୁଲିସର ସୂଚନା ଅନୁସାରେ, ଢିହସାହିରୁ କାରରେ ମଦ ନେଇ ବିକ୍ରି ପାଇଁ ଯାଉଥିବା ବେଳେ ପାକନପୁର ନିକଟରେ ଚଢ଼ଉ କରାଯାଇଥିଲା। ପୁଲିସ ଗାଡିକୁ ଦେଖି ମୁନା ସ୍ଥଳରୁ ଫେରାର ହୋଇଯାଇଥିଲା। କାରର ଡିକି ଓ ପଛ ସିଟରୁ ବିପୁଳ ପରିମାଣର ମଦ ଜବତ କରାଯାଇଥିଲା। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *