ନ୍ୟୁଜ ଡେକ୍ସ: ନୂଆ ପିସିସି ସଭାପତି ଚୟନ ନେଇ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଚର୍ଚ୍ଚାରେ ରହିଛି। ଏନେଇ ପ୍ରତିକ୍ରିୟା ମୋକିମ ନିଜ ପ୍ରତିକ୍ରିୟା ରଖିଛନ୍ତି। ଖୁବଶୀଘ୍ର ଦିଲ୍ଲୀରୁ ଦୁଇଜଣ କଂଗ୍ରେସ ପ୍ରତିନିଧି ଓଡ଼ିଶା ଆସିବେ। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ।
ଏହାଛଡ଼ା ଯେଉଁନେତାମାନେ କଂଗ୍ରେସ ଛାଡ଼ି ବିଜେଡି ଓ ବିଜେପି ଯାଇ ସେଠାରେ କୋଣଠେଶା ହୋଇ ରହିଛନ୍ତି, ସେମାନେ ମଧ୍ୟ ଫେରିବାକୁ ଚାହୁଁଛନ୍ତି। ପିସିସି ଗଠନ ହେବା ପରେ ସେସାନେ ଦଳରରେ ସାମିଲ୍ ହେବେ ବୋଲି ମୋକିମ୍ କହିଛନ୍ତି। ତେବେ ସୂଚନା ମୁତାବକ, ପିସିସି ସଭାପତି ଚୟନକୁ ନେଇ ମହମ୍ମଦ ମୋକିମ କହିଛନ୍ତି, ବିଗତ ଦିନରେ ଓଡ଼ିଶାରେ କଂଗ୍ରେସ ଭଲ କରିପାରିନଥିଲା।
ଯେଉଁଥିପାଇଁ କେନ୍ଦ୍ରୀୟ ନେତୃତ୍ୱ ଚିନ୍ତା ବ୍ୟକ୍ତ କରିଥିଲେ। ତେଣୁ ପିସିସି କମିଟିକୁ ଭାଙ୍ଗି ଦେଇଥିଲେ। ଓଡ଼ିଶାରେ ନୂଆ ମଙ୍ଗୁଆଳ ଚୟନ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି। କମିଟି ବିଭିନ୍ନ ପର୍ଯ୍ୟାୟ ଓଡ଼ିଶାର ନେତାଙ୍କ ସହିତ ଆଲୋଚନା କରୁଛନ୍ତି। କିଛି ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବିଧାୟକ ପାର୍ଥି, ବିଭିନ୍ନ ଦଳର ତୁଙ୍ଗ ନେତାମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଯେଉଁ ନେତାମାନେ ଅନ୍ୟ ଦଳରେ ଅବହେଳିତ ହୋଇଛନ୍ତି ସେମାନେ ମଧ୍ୟ କଂଗ୍ରେସରେ ମିଶିବେ ବୋଲି କହିଛନ୍ତି ମୋକିମ।