Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ବିଧାନସଭା କାର୍ଯ୍ୟ ଚାଲିବ ନାହିଁ। ସେହିଦିନ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ବିଧାନସଭା କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ କରାଯାଇଛି।

ଏନେଇ ବାଚସ୍ପତି ସୁରମା ପାଢୀ ନିର୍ଦ୍ଦେଶ ଜାରି କରିଛନ୍ତି।ବିଧାନସଭା ମୁଲତବୀ ହେବାରୁ ମାର୍ଚ୍ଚ ୧୬ ତାରିଖରେ ଗୃହରେ ଆଲୋଚନା ପାଇଁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମାର୍ଚ୍ଚ ୧୭ ତାରିଖ ମଙ୍ଗଳବାର ଦିନ ଉପସ୍ଥାପିତ ହେବ ବୋଲି ଧରାଯିବ।

ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସହିତ ସମ୍ବନ୍ଧିତ ଅନୁଦାନ ଦାବି ଉପରେ ଆଲୋଚନା ଓ ଭୋଟିଂ, ଯାହା ସୋମବାର ପାଇଁ ପୂର୍ବରୁ ନିର୍ଦ୍ଧାରିତ ଥିଲା, ତାହାକୁ ବଦଳାଇ ମାର୍ଚ୍ଚ ୨୦ ତାରିଖକୁ ପୁନଃନିର୍ଦ୍ଧାରିତ କରାଯାଇଛି।ଏହା ସହ ବିଧାନସଭା କାର୍ଯ୍ୟାଳୟ ଶନିବାର ଓ ରବିବାର ସାଧାରଣ ଭାବରେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *