Sun. Apr 19th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱର–ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ଭୟାବହ ସଡକ ଦୁର୍ଘଟଣା ଘଟି ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଓ କାର ଚାଳକ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା KEC ନିକଟରେ ଘଟିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଦୁଇ ମହିଳା ରାସ୍ତା ପାର ହେଉଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା।

ପରେ କାରଟି ନିୟନ୍ତ୍ରଣ ହାରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ମହିଳାଙ୍କ ସହ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଖଣ୍ଡଗିରି ଓ ତମାଣ୍ଡୋ ଥାନା ପୋଲିସ ମଧ୍ୟ ସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି। ମୃତ ମହିଳାମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ବେଳେ ସେମାନଙ୍କ ପାଖରୁ ମିଳିଥିବା ମୋବାଇଲ ଫୋନ୍ ଆଧାରରେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ପୋଲିସ ଚେଷ୍ଟା କରୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଇ ମହିଳା ପାରିବା କିଣି ରାସ୍ତା ପାର ହେଉଥିବା ବେଳେ ପଛପଟୁ ଆସୁଥିବା ଦ୍ରୁତଗତି କାର ସେମାନଙ୍କୁ ଧକ୍କା ଦେଇଥିଲା।ଏହି ଘଟଣାକୁ ନେଇ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରି କାର ଓ ଚାଳକ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରୁଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *