Thu. Apr 16th, 2026

ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲାରେ ବଡ଼ ଧରଣର ଆର୍ଥିକ ଜାଲିଆତି ଘଟଣା ପ୍ରକାଶ ପାଇଥିବାବେଳେ ବାପ-ପୁଅ ମିଶି କୋଟି କୋଟି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କାର୍ଯ୍ୟନୁଷ୍ଠାନ ନେଇଛି। ଏହି ମାମଲାରେ ଜନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଭଦ୍ରକ ଶାଖାର ପରିଚାଳକ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଛି।

ତାଙ୍କ ବାପା ପ୍ରଦୀପ କୁମାର ମହାନ୍ତିଙ୍କ ସମ୍ପୃକ୍ତି ମଧ୍ୟ ତଦନ୍ତରେ ପ୍ରକାଶ ପାଇଛି।ସୂଚନା ଅନୁସାରେ, କୋରେଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରାୟ ୫ କୋଟି ୫୬ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହେରଫେର କରାଯାଇଥିଲା। ପ୍ରଦୀପ କୁମାର ମହାନ୍ତି, ଯିଏକି ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ପୁନଃ ନିଯୁକ୍ତି ପାଇ କୋରେଇ BEO କାର୍ଯ୍ୟାଳୟରେ କାମ କରୁଥିଲେ ଏବଂ ବେଆଇନ ଭାବେ HRMS ପୋର୍ଟାଲ୍ ବ୍ୟବହାର କରି ଏହି ଠକେଇ କାର୍ଯ୍ୟକୁ ଚାଲାଇଥିଲେ। ସେ ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ଆଇଡି ବ୍ୟବହାର କରି ସେମାନେ ଏବେ ବି କାର୍ଯ୍ୟରତ ବୋଲି ମିଥ୍ୟା ତଥ୍ୟ ସୃଷ୍ଟି କରିଥିଲେ। ଏହା ଆଧାରରେ ସେମାନଙ୍କ ନାମରେ ମାସିକ ପେନ୍ସନ ବିଲ୍ ପ୍ରସ୍ତୁତ କରାଯାଇ ଟଙ୍କା ଉଠାଯାଉଥିଲା।

୨୦୧୮ ନଭେମ୍ବରରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ ଧରି ଏହି ଜାଲିଆତି ଚାଲିଥିବା ତଦନ୍ତରେ ଜଣାପଡ଼ିଛି।ଏହି ଘଟଣାକୁ ନେଇ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି। ଗିରଫ ପରେ ମାତୃପ୍ରସାଦ ମହାନ୍ତିଙ୍କୁ କୋର୍ଟରେ ଚାଲାଣ କରାଯାଇଛି। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *