ନ୍ୟୁଜ ଡେକ୍ସ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି-୨୦୨୬ ଆସନ୍ତା ମେ ୨୯ ତାରିଖରେ ଅନୁଷ୍ଠିତ ହେବ। ଏନେଇ ସୋମବାର ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ପକ୍ଷରୁ ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।
ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତା ୨୬ ତାରିଖରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ସରକାରୀ ୱେବସାଇଟ୍ www.bseodisha.nic.in ମାଧ୍ୟମରେ ଫର୍ମ ପୂରଣ ଓ ଫି ଦେୟ ଜମା କରିବାକୁ ପଡ଼ିବ। ଫର୍ମ ଦାଖଲ ଓ ଶୁଳ୍କ ପ୍ରଦାନର ଶେଷ ସମୟ ଏପ୍ରିଲ ୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି।
ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ମେ ୧୫ ତାରିଖରୁ ଉପଲବ୍ଧ ହେବ। ଓଟିଇଟି-୨୦୨୬ ଦୁଇଟି ପେପରରେ ଅନୁଷ୍ଠିତ ହେବ। ପେପର-୧ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଏବଂ ପେପର-୨ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ।ପରୀକ୍ଷା ସମ୍ପର୍କିତ ଅଧିକ ତଥ୍ୟ ପାଇଁ ପ୍ରାର୍ଥୀମାନେ ବୋର୍ଡର ଅଧିକୃତ ୱେବସାଇଟ୍ ଦେଖିପାରିବେ।

