Tue. Apr 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟର ଜିଲ୍ଲା ଦୌରାଜଜ୍ ଓ ଅନ୍ୟାନ୍ୟ ନିମ୍ନ ଅଦାଲତଗୁଡ଼ିକୁ ସକାଳୁଆ କରାଯିବ। ଏପ୍ରିଲ ୬ ତାରିଖରୁ ଏହି ନୂତନ ସମୟସୂଚୀ ଲାଗୁ ହେବ ବୋଲି ଓଡିଶା ହାଇକୋର୍ଟ ପକ୍ଷରୁ ସମସ୍ତ ଜିଲ୍ଲା ଦୌରାଜଜଙ୍କୁ ନିର୍ଦ୍ଦେଶ ଜାରି ହୋଇଛି।

ନୂତନ ବ୍ୟବସ୍ଥା ଅନୁଯାୟୀ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ ଏବଂ ମଝିରେ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ଅଧ ଘଣ୍ଟାର ବିରତି ରହିବ।ହେଲେ ବ୍ରହ୍ମପୁର, ଛତ୍ରପୁର, ଭୁବନେଶ୍ୱର, କୋରାପୁଟ ସଦର ଓ ପୁରୀ ସଦରକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନର କୋର୍ଟଗୁଡ଼ିକରେ ଏହି ନିୟମ ଲାଗୁ ହେବ।

ସେହିପରି ଗ୍ରୀଷ୍ମ ଅବକାଶର ଶେଷ କାର୍ଯ୍ୟଦିନ ପର୍ଯ୍ୟନ୍ତ କୋର୍ଟ ବୈଠକ ସକାଳ ୭.୩୦ ରୁ ୧୨.୩୦ ପର୍ଯ୍ୟନ୍ତ ହେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାରଙ୍କ ଚିଠି ଅନୁଯାୟୀ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଏହି ସମୟସୂଚୀ ପରିବର୍ତ୍ତନ କରାଯାଇଛି। ଏହା ଦ୍ୱାରା କୋର୍ଟ କାର୍ଯ୍ୟ ସୁଚାରୁ ଭାବେ ଚାଲିବା ସହ କର୍ମଚାରୀ ଓ ଆଇନଜୀବୀମାନେ ତାପମାନରୁ କିଛି ରାହାତ୍ ପାଇବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *