ନ୍ୟୁଜ ଡେକ୍ସ : ବ୍ରାଜିଲର ସାଓ ପାଓଲୋରୁ ଆମେରିକାର ଆଟଲାଣ୍ଟାକୁ ଯାଉଥିବା ଡେଲଟା ଏୟାରଲାଇନ୍ସର ଏକ ବିମାନରେ ଅଚାନକ ଅଗ୍ନିକାଣ୍ଡ ଘଟିଥିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ବିମାନଟି ଉଡାଣ ଆରମ୍ଭ କରିବାର କେବଳ ୯ ମିନିଟ୍ ପରେ ବାମପଟିଆ ଇଞ୍ଜିନରେ ନିଆଁ ଲାଗିଥିବା ଦେଖାଯାଇଥିଲା।
ଏହା ସମ୍ବନ୍ଧରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ପକ୍ଷରୁ ସୂଚନା ମିଳିବା ପରେ ପାଇଲଟ ତୁରନ୍ତ ସଚେତନ ହୋଇ ବିମାନକୁ ପୁଣି ସାଓ ପାଓଲୋ ବିମାନବନ୍ଦରକୁ ଫେରାଇ ଆଣିଥିଲେ ଏବଂ ଜରୁରୀ ଅବତରଣ କରାଇଥିଲେ।ଏହି ବିମାନରେ ମୋଟ ୨୭୨ ଯାତ୍ରୀ ଓ ୧୪ ଜଣ କ୍ରୁ ସଦସ୍ୟ ଥିଲେ।
ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ ବଡ଼ ଦୁର୍ଘଟଣା ଏଡ଼ାଯାଇଛି।ପ୍ରାରମ୍ଭିକ ତଥ୍ୟ ଅନୁସାରେ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

