ନ୍ୟୁଜ ଡେକ୍ସ : ରାଜ୍ୟର ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୭ ତାରିଖ ସୁଦ୍ଧା ପୋଷାକ ବଣ୍ଟନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଡ୍ରେସ ବଣ୍ଟନ ପାଇଁ ସରକାର ପକ୍ଷରୁ ଏକ ସ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜର (SOP) ଜାରି କରାଯାଇଛି।
ମନ୍ତ୍ରୀଙ୍କ କହିବା ଅନୁସାରେ, ସ୍କୁଲ ଛୁଟି ସମୟ ମଧ୍ୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୋଷାକ ଯୋଗାଇ ଦେବାକୁ ଲକ୍ଷ୍ୟ ଧରାଯାଇଛି। ଏହା ପାଇଁ ୧୨ ତାରିଖ ସୁଦ୍ଧା ଏଜେନ୍ସୀ ଚୟନ କରି ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯିବ।
ସେହିପରି, ଯେଉଁ ଏଜେନ୍ସୀମାନେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିଲେ ଏବଂ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ଥିବା ପ୍ରମାଣ ମିଳିଲେ, ସେମାନଙ୍କୁ ତାଲିକାରୁ ବାହାର କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

