Fri. Jun 19th, 2026

ନ୍ୟୁଜ ଡେକ୍ସ :ଜୁନ ମାସ ଶେଷ ଆଡ଼କୁ ଯାଉଥିଲେ ମଧ୍ୟ ରାଜ୍ୟରେ ତାତିର ପ୍ରକୋପ କମିନାହିଁ। ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳୁଆ ପାଠପଢ଼ା ବ୍ୟବସ୍ଥା କରାଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢ଼ା ଚାଲିବ।

ସକାଳ ୬ଟା ୩୦ ମିନିଟରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଶ୍ରେଣୀ ପାଠଦାନ କରାଯିବ। ଛାତ୍ରଛାତ୍ରୀଙ୍କୁ ଦିନର ପ୍ରବଳ ଖରା ଓ ଗରମରୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।ଅନ୍ୟପକ୍ଷରେ, ପୁରୀ ଜିଲ୍ଲାରେ ମଧ୍ୟ ତାତିର ପ୍ରଭାବ ଜାରି ରହିଥିବାରୁ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକ୍ରମେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ରହିବ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଧାରରେ ଜିଲ୍ଲା ଶିକ୍ଷାଧିକାରୀ ଏ ସମ୍ପର୍କିତ ଆଦେଶ ଜାରି କରିଛନ୍ତି। ଗରମର ପ୍ରକୋପ ଯୋଗୁଁ ପୂର୍ବରୁ ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ଖରା ଛୁଟି ଅବଧି ବୃଦ୍ଧି କରାଯାଇଥିଲା। ପାଣିପାଗରେ ତୁରନ୍ତ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନ ଥିବାରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *