Sun. Apr 19th, 2026

ନ୍ୟୁଜ ଡେକ୍ସ : ବାଲୁଗାଁ ରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଚିଲିକା ପୁସ୍ତକ ମେଳା। ଏହି ମେଳା ଆସନ୍ତା ଏପ୍ରିଲ ୨୪ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଚିଲିକା କୂଳରେ ଥିବା ବାଲୁଗାଁ କଲେଜ ପଡିଆରେ ଏହା ଅନୁଷ୍ଠିତ ହେବ।ଏହି ମେଳାର ସଫଳ ଆୟୋଜନ ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ କଟକ ଓ ଭୁବନେଶ୍ଵର ପ୍ରକାଶକ ସଂଘର ସଦସ୍ୟମାନେ ଯୋଗଦେଇ ମେଳାରେ ଅଂଶଗ୍ରହଣ ପାଇଁ ସମ୍ମତି ଦେଇଥିଲେ ଏବଂ ସଫଳତା ପାଇଁ ନିଜମାନଙ୍କର ମତ ମନ୍ତ୍ରୀଙ୍କୁ ଜଣାଇଥିଲେ।ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟର ପ୍ରତିଷ୍ଠିତ ପ୍ରକାଶକମାନେ ପ୍ରାୟ ୮୦ଟି ଷ୍ଟଲ ମାଧ୍ୟମରେ ପୁସ୍ତକ ପ୍ରଦର୍ଶନ ଓ ବିକ୍ରୟ କରିବେ। ଏଥିସହିତ ମେଳା ପ୍ରାଙ୍ଗଣରେ ବିଭିନ୍ନ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯିବାକୁ ନିଷ୍ପତି ହୋଇଛି।ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମେଳାକୁ ଉଦଘାଟନ କରିବେ। ଏହାସହ ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ଅମ୍ରିତ ଋତୁରାଜ, KIIT ଓ KISS ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ସାହିତ୍ୟିକ ଡ଼. ଶଶାଙ୍କ ଶେଖର ଚୂଡାମଣି ଯୋଗଦେବେ।

ଅନ୍ୟ ଦିନଗୁଡିକରେ ମନ୍ତ୍ରୀ ରବି ନାରାୟଣ ନାୟକ, ସଂପଦ ସ୍ବାଇଁ, ବିଭୂତି ଭୂଷଣ ଜେନା ଏବଂ ସୂର୍ଯ୍ୟବଂଶୀ ସୂରଜ ଯୋଗଦେବେ। ସେହିପରି ବିଧାୟକମାନେ ମଧ୍ୟ ବିଭିନ୍ନ ଦିନରେ ଅଂଶଗ୍ରହଣ କରିବେ।ସାହିତ୍ୟ ଓ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ଯଥା ସୌମ୍ୟରଂଜନ ପଟ୍ଟନାୟକ, ଅର୍ଚ୍ଚନା ନାୟକ, ଗୌରହରି ଦାସ ଓ ପ୍ରଦ୍ୟୁମ୍ନ ଶତପଥୀ ମଧ୍ୟ ଅତିଥି ଭାବେ ଯୋଗଦେବେ।ପ୍ରସ୍ତୁତି ବୈଠକରେ ପୁସ୍ତକ ମେଳା କମିଟିର ସଭାପତି ଶରତ ପାଇକରାୟ, ଉପସଭାପତି ସୁବାସ ଶ୍ରୀଚନ୍ଦନ ଓ ଅନ୍ୟ ସଦସ୍ୟମାନେ ଯୋଗଦେଇ ଆୟୋଜନକୁ ସଫଳ କରିବାକୁ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *