Sun. Apr 19th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ଵର ଏବଂ କଟକ ସୀମାରେ ବଡ଼ ଧରଣର ଡ୍ରଗ୍ସ ଚଢାଉ ହୋଇଛି। ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ଓ ଏସ୍‌ଟିଏଫ୍‌ର ଯୁକ୍ତ ଟିମ୍‌ ଡି-କ୍ୟାଥେଲନ ନିକଟରେ ଚଢାଉ କରିଥିଲେ। ଏହି ଅଭିଯାନରେ ଭିଆର୍‌ଏଲ୍‌ ଲଜିଷ୍ଟିକ୍‌ ନାମକ ପରିବହନ ସଂସ୍ଥାର ଗାଡ଼ିରୁ ୭୧ ପେଟିରେ ରହିଥିବା ୮୫୨୦ ବୋତଲ ରେସକ୍ରୋନ-ଟି କଫ ସିରପ ଜବତ ହୋଇଛି।

ଏହି କୋଡିନ ମିଶ୍ରିତ କଫ ସିରପ ଅହମଦାବାଦ ରୁ ଭୁବନେଶ୍ଵରକୁ ଆଣାଯାଉଥିଲା ଏବଂ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷ କରି ବାଲେଶ୍ଵର କୁ ପଠାଯିବାର ଯୋଜନା ଥିଲା।ଅନ୍ୟପଟେ, ବରଗଡ଼ ରେ ମଧ୍ୟ କଫ ସିରପ ଅବୈଧ କାରବାର ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ବେହେରା ଫୁଟବଲ ପଡିଆରେ ଚାଲୁଥିବା ଏହି କାରବାର ସମୟରେ ପୋଲିସ ଅଚମ୍କା ଚଢାଉ କରି ୯୬୦ ବୋତଲ କଫ ସିରପ ଜବତ କରିଛି।

ସହିତ ଏକାଧିକ କାର୍, ବାଇକ ଓ ବୋଲେରୋ ଗାଡି ଓ ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।ଏହି ଦୁଇଟି ଘଟଣା ପରେ ରାଜ୍ୟରେ ଅବୈଧ କଫ ସିରପ କାରବାର ଉପରେ ପୁଣିଥରେ ଚିନ୍ତା ବଢ଼ିଛି ଏବଂ ପୋଲିସ ଓ ସମ୍ବନ୍ଧିତ ବିଭାଗ ଆହୁରି କଡ଼ା ନଜର ରଖିବାକୁ ପ୍ରସ୍ତୁତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *