Sun. Apr 19th, 2026

ନ୍ୟୁଜ ଡେକ୍ସ :ରାଜ୍ୟରେ ବୃଦ୍ଧି ପାଉଥିବା ଅସହ୍ୟ ଖରାକୁ ଦେଖି ପ୍ରଶାସନ ସତର୍କ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦେବଗଡ଼ ଜିଲ୍ଲାରେ ମଧ୍ୟ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍, କଲେଜ, ଅଙ୍ଗନବାଡ଼ି ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି।

ଦେବଗଡ଼କୁ ରେଡ୍ ୱାର୍ଣ୍ଣିଂ ମିଳିଥିବାରୁ ଏହି ସିଦ୍ଧାନ୍ତ ନିଆଯାଇଛି। ଯଦି ପରୀକ୍ଷା ରହିଥାଏ, ସେଗୁଡ଼ିକୁ ସକାଳୁଆ ସମୟରେ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।ରାଜ୍ୟରେ ଏବେ ତାତିର କଲବଲ ଜାରି ରହିଛି। ଆଗାମୀ ସପ୍ତାହରେ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ସହ ହିଟ୍ ୱେଭ୍ ସତର୍କତା ଜାରି କରାଯାଇଛି।ଆଜି ସୁନ୍ଦରଗଡ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ରାତିରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ୧୦ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।

ପ୍ରବଳ ଗରମ ଓ ଗୁଳୁଗୁଳି ପରିସ୍ଥିତିକୁ ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାକୁ ଉଷ୍ମ ଓ ଆଦ୍ର ପରିସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ସତର୍କତା ଜାରି ରହିବ।

Leave a Reply

Your email address will not be published. Required fields are marked *