Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା ତୀବ୍ର ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ବୈଷୟିକ ସଂସ୍ଥାଗୁଡିକ ବନ୍ଦ ରହିବ ।ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାରେ ଏପ୍ରିଲ ୨୦ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଆଦେଶ ଜାରି ହୋଇଛି ।

ତେବେ ପରୀକ୍ଷା ଚାଲିଥିବାରୁ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରୟାପ୍ତ ପାନୀୟ ଜଳ ଓ ଅଂଶୁଘାତ ନିରାକରଣ ବ୍ୟବସ୍ଥା ରଖିବାକୁ କୁହାଯାଇଛି ।ବୌଦ୍ଧ ଜିଲ୍ଲାରେ ୧୮ ତାରିଖଠାରୁ ଘୋଷିତ ଛୁଟିକୁ ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ସେହିପରି ସମ୍ବଲପୁର, ନୂଆପଡ଼ା, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ବିଦ୍ୟାଳୟଗୁଡିକୁ ବନ୍ଦ କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ପରବର୍ତ୍ତୀ ସମୟରେ ଆଉ ନୂତନ ନିଷ୍ପତ୍ତି ନିଆଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *