Sat. Apr 25th, 2026

ନ୍ୟୁଜ ଡେକ୍ସ : ଏବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଆସିପାରେ ବୋଲି ପୂର୍ବାନୁମାନ ହୋଇଛି । ମେ ମାସର ଶେଷ ସପ୍ତାହ ଆଡକୁ ଏହା ଦକ୍ଷିଣ ଭାରତକୁ ପହଞ୍ଚିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ ବୋଲି ୟୁରୋପିଆନ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟ ପକ୍ଷରୁ ଆକଳନ କରାଯାଇଛି ।

ତେବେ ଏହି ଖବର ସହ ଆଉ ଗୋଟିଏ ଚିନ୍ତାଜନକ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ବିଶ୍ୱ ପାଣିପାଗ ସଂସ୍ଥା ଅନୁଯାୟୀ, ମେରୁ ଜୁଲାଇ ମଧ୍ୟରେ ‘ଏଲ୍ ନିନୋ’ ପୁଣିଥରେ ସକ୍ରିୟ ହୋଇପାରେ । ସମୁଦ୍ର ପୃଷ୍ଠର ତାପମାତ୍ରା ଶୀଘ୍ର ବଢ଼ୁଥିବାରୁ ଏହାର ସମ୍ଭାବନା ବୃଦ୍ଧି ପାଇଛି ।‘ଏଲ୍ ନିନୋ’ ହେଉଛି ସେହି ପରିସ୍ଥିତି, ଯେତେବେଳେ ପ୍ରଶାନ୍ତ ମହାସାଗରର ପାଣି ସ୍ୱାଭାବିକ ତୁଳନାରେ ଅଧିକ ଗରମ ହୋଇଯାଏ ।

ଏହା ଫଳରେ ସାରା ପୃଥିବୀର ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଯାଏ । ବର୍ଷାର ପାଟର୍ନ ବଦଳିଯାଏ ଓ ଅନେକ ସ୍ଥାନରେ ସାଧାରଣ ତୁଳନାରେ ଅଧିକ ଗରମ ଅନୁଭୂତ ହୋଇଥାଏ ।ଏହାର ପ୍ରଭାବରେ ଆଗାମୀ ଦିନରେ ପ୍ରଚଣ୍ଡ ଖରା ପଡ଼ିବା ସହ ବର୍ଷାର ଧାରା ଓଲଟପାଲଟ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ମୌସୁମୀ ଶୀଘ୍ର ଆସିବାର ସୂଚନା ଥିଲେ ମଧ୍ୟ ‘ଏଲ୍ ନିନୋ’ ପ୍ରଭାବ ଆଗାମୀ ପାଣିପାଗକୁ କେମିତି ପ୍ରଭାବିତ କରିବ, ସେଥିପାଇଁ ଚିନ୍ତା ବଢ଼ିଛି ।

Leave a Reply

Your email address will not be published. Required fields are marked *