Sat. Apr 25th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ପକ୍ଷରୁ ଆଇଏଫଏସ୍ ଅଧିକାରୀସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ମୋଟ ୨୦ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି।ଏହି ଅଦଳବଦଳ ଅନୁସାରେ କାମ୍ପା ସିଇଓ ଜି. ରାଜେଶଙ୍କୁ ପିସିସିଏଫ ଏବଂ ଏଚ୍‌ଓଏଫଏଫ କାର୍ଯ୍ୟାଳୟରେ ଏଫସିଏ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ସେହିପରି ସମ୍ବଲପୁର ସର୍କଲ୍ ଆରସିସିଏଫ୍ ଟି. ଅଶୋକ କୁମାରଙ୍କୁ କାମ୍ପା ସିଇଓ ତଥା ସିସିଏଫ ଭାବେ ଦାୟିତ୍ବ ଦିଆଯାଇଛି।ଆଇଏଫଏସ୍ ଅଧିକାରୀ ସଞ୍ଜୟ କୁମାର ସ୍ବାଇଁ ଅନୁଗୋଳ ସର୍କଲ୍ ଆରସିସିଏଫ୍ ଭାବେ ନିଜ ଦାୟିତ୍ବ ଜାରି ରଖିବା ସହିତ ଅତିରିକ୍ତ ଭାବେ ଅନୁଗୋଳ ଫରେଷ୍ଟ ରେଞ୍ଜର୍ସ କଲେଜର ନିର୍ଦେଶକ ଭାବେ କାର୍ଯ୍ୟଭାର ନେବେ। ସୁଧାଂଶୁ ଶେଖର ଖୋରାଙ୍କୁ ଭୁବନେଶ୍ବର ଆରପିଆରସି ସିଇ ଭାବେ ନିଯୁକ୍ତି ଦିଆଯାଇଛି।

ଏହାସହିତ ସ୍ବୟଂମ୍ ମଲ୍ଲିକଙ୍କୁ ଜଙ୍ଗଲ ବିଭାଗର ସ୍ବତନ୍ତ୍ର ସଚିବ, ସଂଗ୍ରାମ କେଶରୀ ବେହେରାଙ୍କୁ ଭୁବନେଶ୍ବର ଓଏଫଡିସିର ବାଣିଜ୍ୟିକ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ପି. ଆର୍ଥନାରୀଙ୍କୁ ଅତିରିକ୍ତ ଭାବେ ଭୁବନେଶ୍ବର ଆରସିସିଏଫ୍ ଦାୟିତ୍ବ ଦିଆଯାଇଛି। ବଣାଇ ଡିଏଫଓ ଲଳିତ କୁମାର ପାତ୍ରଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି। ଏହି ବ୍ୟାପକ ଅଦଳବଦଳ ମାଧ୍ୟମରେ ବିଭାଗର କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *