Sat. Apr 25th, 2026

ନ୍ୟୁଜ ଡେକ୍ସ : ହାଇଦ୍ରାବାଦସ୍ଥିତ ଆମେରିକାନ୍‍ କନସୁଲଲେଟ୍‍ର କନସଲ୍‍ ଜେନେରାଲ୍‍ ଲାରା ଉଇଲିୟମସ୍‍ ଦୁଇ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନ ସାରି ଫେରିଯାଇଛନ୍ତି । ଏହି ଅବସରରେ ସେ କିଟ୍‍ର ସମସ୍ତ କ୍ୟାମ୍ପସ ଦେଖିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ପରିଦର୍ଶନ କରିଥିଲେ । କିସ୍‍ରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିନାଦେୟରେ ଦିଆଯାଉଥିବା ସାମଗ୍ରିକ ଶିକ୍ଷା ପ୍ରଣାଳୀ ବିଷୟରେ ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

ଲାରା ଉଇଲିୟମସ୍‍ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିବା ସହ ଜନଜାତି ସଶକ୍ତିକରଣ ପାଇଁ କିସ୍‍ ମାଧ୍ୟମରେ ହେଉଥିବା କାର୍ଯ୍ୟକୁ ଏକ ଅନନ୍ୟ ଉଦାହରଣ ବୋଲି କହିଥିଲେ । ସେ କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ।ଏହି ସନ୍ଦର୍ଭରେ ଲାରା ଉଇଲିୟମସ୍‍ ଓ ଡ. ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା ।

ଡ. ସାମନ୍ତ ତାଙ୍କ ରଚିତ ପୁସ୍ତକ ଲାରାଙ୍କୁ ପ୍ରଦାନ କରିଥିବା ବେଳେ ଲାରା ମଧ୍ୟ ତାଙ୍କୁ ଏକ ପୁସ୍ତକ ଉପହାର ଦେଇଥିଲେ ।ପରିଦର୍ଶନ ସମୟରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ. ଡି ଓ କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *