ନ୍ୟୁଜ ଡେକ୍ସ : ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ସୋମବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଜାପାନ ସମୟ ଅନୁଯାୟୀ ସକାଳ ୫ଟା ୨୪ ମିନିଟ୍ରେ ଏହି ଭୂକମ୍ପ ଘଟିଥିବାବେଳେ ଏହା ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା।ଭୂକମ୍ପର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ ଥିବା ସୂଚନା ମିଳିଛି।
ଭୂକମ୍ପର ଝଟ୍କା ଭଲଭାବେ ଅନୁଭୂତ ହେବାରୁ ଲୋକମାନଙ୍କ ମଧ୍ୟରେ ଭୟ ଦେଖାଦେଇଥିଲା ଏବଂ ଅନେକେ ଘରୁ ବାହାରକୁ ପଳାଇ ଆସିଥିଲେ।ତେବେ ଏହି ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ବୋଲି ପ୍ରାଧିକାରୀମାନେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତ ଘଟିଥିବା ଖବର ମିଳିନାହିଁ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ସମାନ ତୀବ୍ରତାର ଭୂମିକମ୍ପ ହେବାର ଆଶଙ୍କା ରହିଛି। ଏହା ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

