Fri. May 1st, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରେ ବର୍ତ୍ତମାନ ବାଘ ମୃତ୍ୟୁ ଘଟଣା ଚିନ୍ତା ବଢ଼ାଇଛି। ବିଗତ ନଅ ଦିନ ମଧ୍ୟରେ ଏଠାରେ ମୋଟ ୫ଟି ବାଘଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ସିଡିଭି ଅର୍ଥାତ୍ କାନାଇନ ଡିସ୍‌ଟେମ୍ପର ଭାଇରସ୍‌ ଯୋଗୁଁ ଏହି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।ମୃତ ବାଘମାନଙ୍କ ମଧ୍ୟରେ ଟି-୧୪୧ ନମ୍ବର ବାଘୁଣୀ ସହ ତାହାର ଚାରିଟି ଶାବକ ରହିଛନ୍ତି।

ଏପ୍ରିଲ ୨୧ରୁ ୨୪ ମଧ୍ୟରେ ତିନୋଟି ଶାବକର ମୃତ୍ୟୁ ଘଟିଥିଲା। ପରେ ୨୭ ତାରିଖରେ ବାଘୁଣୀ ଓ ଅନ୍ୟ ଗୋଟିଏ ଶାବକକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସେମାନେ ମଧ୍ୟ ପ୍ରାଣ ହରାଇଥିଲେ।ବର୍ତ୍ତମାନ କାହ୍ନା ଅଭୟାରଣ୍ୟରେ ପ୍ରାୟ ୧୨୦ଟି ପ୍ରାପ୍ତବୟସ୍କ ବାଘ ଓ ୪୦ରୁ ଅଧିକ ଶାବକ ରହୁଛନ୍ତି।

ଏହି ଭାଇରସ୍‌ର ସଂକ୍ରମଣ ଅଧିକ ଭାବେ ଛଡ଼ାଯିବାକୁ ରୋକିବା ପାଇଁ ପ୍ରାଣୀ ଚିକିତ୍ସକ ଦଳ ଓ ବନ ବିଭାଗ ଅଧିକାରୀମାନେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି।ଅଭୟାରଣ୍ୟରେ ବାଘମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ, ଏପରି ଘଟଣା ଜୀବ ବିବିଧତା ପାଇଁ ଗୁରୁତର ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *