Fri. May 1st, 2026

ନ୍ୟୁଜ ଡେକ୍ସ : ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଆମେରିକାକୁ କଡା ଚେତାବନୀ ଦେଇଛନ୍ତି। ଦୀର୍ଘଦିନ ଧରି ସର୍ବସାଧାରଣଙ୍କ ନଜରରୁ ଦୂରରେ ଥିବା ମୋଜତାବା ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ ପାରସ୍ୟ ଉପସାଗର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ବିଦେଶୀ ଶକ୍ତିମାନଙ୍କୁ କଠୋର ଭାବରେ ପ୍ରତିହତ କରାଯିବ।

ସେ ଚେତାବନୀ ଦେଇ କହିଛନ୍ତି ଯେ ଏହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରୁଥିବା ଶକ୍ତିମାନଙ୍କୁ ସମୁଦ୍ରର ଗଭୀରତାକୁ ପଠାଇ ଦିଆଯିବ। ତାଙ୍କ ମତାନୁସାରେ ଆମେରିକାର ସେନା ଉପସ୍ଥିତି ହିଁ ପାରସ୍ୟ ଉପସାଗରରେ ଚାଲୁଥିବା ଅଶାନ୍ତିର ମୁଖ୍ୟ କାରଣ।ଏହି ଚେତାବନୀ ସେତେବେଳେ ଆସିଛି, ଯେତେବେଳେ ଇରାନ ପକ୍ଷରୁ ବନ୍ଦର ଉପରୁ ନୌସେନା ଅବରୋଧ ହଟାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତ୍ୟାଖ୍ୟାନ କରିଥିଲେ।

ଏହି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ତଣାତଣି ଆହୁରି ବଢ଼ିବାର ଆଶଙ୍କା ଜନ୍ମ ନେଇଛି। ଆନ୍ତର୍ଜାତୀୟ ମଞ୍ଚରେ ଏହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ, ପାରସ୍ୟ ଉପସାଗର ଅଞ୍ଚଳର ସୁରକ୍ଷା ପରିସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *