Fri. Jun 5th, 2026

ନ୍ୟୁଜ ଡେକ୍ସ : ରିଲାୟାନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନୀ ପୁଣିଥରେ ନିଜ ରାଜକୀୟ ଲୁକ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସମ୍ପ୍ରତି ‘ନୀତା ମୁକେଶ ଅମ୍ବାନୀ କଲଚର୍ ସେଣ୍ଟର’ରେ ଆୟୋଜିତ ଏକ ସ୍ୱତନ୍ତ୍ର ଡିନର୍ ପାର୍ଟିରେ ସେ ଭାରତୀୟ ପାରମ୍ପରିକ କଳା ଓ ହସ୍ତଶିଳ୍ପର ଅଦ୍ଭୁତ ଝଲକ ପ୍ରଦର୍ଶନ କରିଥିଲେ। ଭେନିସ୍ ବିଏନଲେରେ ଇଣ୍ଡିଆ ପାଭିଲିୟନ ଫେରିବା ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି ଅବସରରେ ନୀତା ଅମ୍ବାନୀ ଏକ ଆକର୍ଷଣୀୟ ବନାରସୀ ବ୍ରୋକେଡ୍ କୁଡୱା ଶାଢ଼ୀ ପିନ୍ଧିଥିଲେ। ଏହି ଶାଢ଼ୀକୁ ପ୍ରସ୍ତୁତ କରିବାକୁ ପ୍ରାୟ ପାଞ୍ଚ ମାସ ସମୟ ଲାଗିଥିବା ବେଳେ ଦକ୍ଷ କାରିଗର ଅଶଫାକ ଅନସାରି ଓ ହବିବୁର ରହମାନ ଏହାକୁ ନିଜ ହାତରେ ତିଆରି କରିଥିଲେ। ହ୍ୱାଇଟ୍ ବେସ୍ ଶାଢ଼ୀରେ ସୁନାର ନକ୍ଷୀ କାମ, ଜ୍ୟୋମେଟ୍ରିକ୍ ଡିଜାଇନ୍ ଓ ଫୁଲ-ପତ୍ରର ସୁନ୍ଦର କାରୁକାର୍ଯ୍ୟ ଲୋକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଥିଲା। ଏହା ସହ ଗୋଲାପୀ ଓ ସବୁଜ ରେଶମର ବ୍ୟବହାର ଶାଢ଼ୀକୁ ଆହୁରି ଆକର୍ଷଣୀୟ କରିଥିଲା। ଶାଢ଼ୀ ସହିତ ସେ ଫ୍ୟାଶନ୍ ଡିଜାଇନର ମନୀଷ ମଲହୋତ୍ରାଙ୍କ ଡିଜାଇନ୍ କରାଯାଇଥିବା ଏକ ଲେସ୍ ବ୍ଲାଉଜ୍ ପିନ୍ଧିଥିଲେ। ଏହା ସହ ନୀତା ଅମ୍ବାନୀ ‘ରତ୍ନା ରିଭିଏର’ ନାମକ ଏକ ବିଶେଷ ନେକପିସ୍ ଧାରଣ କରିଥିଲେ, ଯାହାକୁ ସେ ନିଜ ପସନ୍ଦ ଅନୁଯାୟୀ ଡିଜାଇନ୍ କରିଥିବା କୁହାଯାଇଛି।

ଏହି ହାରରେ ବର୍ମି ରୁବି, କଲମ୍ବିଆନ୍ ଏମରାଲ୍ଡ, ଧଳା ଓ ହଳଦିଆ ହୀରା ବ୍ୟବହାର କରାଯାଇଥିଲା।ନୀତା ଅମ୍ବାନୀ ତାଙ୍କର ଲୁକ୍‌କୁ ଏକ ଗୋଲ୍ଡେନ୍ ହ୍ୟାଣ୍ଡବ୍ୟାଗ ସହିତ କମ୍ପ୍ଲିଟ୍ କରିଥିଲେ। ପାରମ୍ପରିକ ଭାରତୀୟ ମନ୍ଦିର ଡିଜାଇନ୍‌ରୁ ପ୍ରେରିତ ଏହି ପର୍ସରେ ସୁନା ଓ ମାଣିକ୍ୟର କାରୁକାର୍ଯ୍ୟ ଥିଲା। ହାତ ତିଆରି ଏହି ବ୍ୟାଗ୍ ତାଙ୍କର ସମ୍ପୂର୍ଣ୍ଣ ଲୁକ୍‌କୁ ଆହୁରି ରାଜକୀୟ ରୂପ ଦେଇଥିଲା।ନୀତା ଅମ୍ବାନୀଙ୍କ ଏହି ଲୁକ୍ ଭାରତୀୟ କଳା, ସଂସ୍କୃତି ଓ ହସ୍ତଶିଳ୍ପର ଏକ ଅଦ୍ଭୁତ ମିଶ୍ରଣ ଭାବେ ଦେଖାଯାଇଛି। ଶାଢ଼ୀଠାରୁ ଅଳଙ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷରେ ଭାରତୀୟ କାରିଗରଙ୍କ ନିପୁଣ କାରୁକାର୍ଯ୍ୟ ଝଲକିଥିଲା। ଏହା ପ୍ରଥମ ଥର ନୁହେଁ, ନୀତା ଅମ୍ବାନୀ ସର୍ବଦା ନିଜ ପୋଷାକ ଓ ଅଳଙ୍କାର ମାଧ୍ୟମରେ ଭାରତୀୟ ପାରମ୍ପରିକତାକୁ ବିଶ୍ୱମଞ୍ଚରେ ସୁନ୍ଦର ଭାବରେ ପ୍ରଦର୍ଶନ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *