Thu. Jun 4th, 2026

ନ୍ୟୁଜ ଡେକ୍ସ : ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ଧରଣର ଅଦଳବଦଳ କରାଯାଇଛି। ଟାଉନ ପ୍ଲାନର, ଫିଲ୍ଡ ଇନ୍‌ସ୍ପେକ୍ଟର ଓ ରେଭିନ୍ୟୁ ଇନ୍‌ସ୍ପେକ୍ଟର ସ୍ତରରେ ଏହି ବଦଳି ହୋଇଥିବା ବେଳେ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ନୂଆ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ନିର୍ଦ୍ଦେଶ ଜାରି ହୋଇଛି।ବିଭାଗ ପକ୍ଷରୁ ମୋଟ ୧୦ ଜଣ ଟାଉନ ପ୍ଲାନରଙ୍କୁ ବଦଳି କରାଯାଇଛି।

ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ଟାଉନ ପ୍ଲାନର ସସ୍ମିତା ଗୁରୁଙ୍କୁ କଟକ ମହାନଗର ନିଗମକୁ ଏବଂ ସୌରଭ ମହାପାତ୍ରଙ୍କୁ ରାଉରକେଲା ମହାନଗର ନିଗମକୁ ବଦଳି କରାଯାଇଛି। ସେମାନଙ୍କ ସ୍ଥାନରେ ବ୍ରହ୍ମପୁର ମହାନଗର ନିଗମରୁ ଦୀପକ କୁମାର ହାସଁଦା ଏବଂ କଟକ ମହାନଗର ନିଗମରୁ ରଶ୍ମିତା ପ୍ରିୟଦର୍ଶିନୀ, ସତିଶ ଦାସ ଓ ସମ୍ବଲପୁରରୁ ଶୁଭଲକ୍ଷ୍ମୀ ଖରମିଙ୍କୁ ବିଏମ୍‌ସିକୁ ବଦଳି କରାଯାଇଛି।ଫିଲ୍ଡ ଇନ୍‌ସ୍ପେକ୍ଟର ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇଛି। ବିଏମ୍‌ସିରୁ ୫ ଜଣ ଏଫ୍‌ଆଇଙ୍କୁ ଅନ୍ୟ ସ୍ଥାନକୁ ପଠାଯାଇଛି।

କାମଦେବ ମତଗଜା ସିଂହଙ୍କୁ ରାଉରକେଲା ମହାନଗର ନିଗମ, ନିରଞ୍ଜନ ବାହିନୀପତିଙ୍କୁ ଆସ୍କା, ପ୍ରମୋଦ କୁମାର ମୁଦୁଲିଙ୍କୁ ଢେଙ୍କାନାଳ ମୁନିସିପାଲିଟି ଓ ପି କୁମାର ପ୍ରଧାନଙ୍କୁ କଟକ ମହାନଗର ନିଗମକୁ ବଦଳି କରାଯାଇଛି। ଏହା ସହ ୧୮ ଜଣ ରେଭିନ୍ୟୁ ଇନ୍‌ସ୍ପେକ୍ଟରଙ୍କୁ ମଧ୍ୟ ବଦଳି କରାଯାଇଛି। ପ୍ରଶାନ୍ତ କୁମାର ସେଠୀଙ୍କୁ ଜଟଣୀ ଏବଂ ସତ୍ୟବ୍ରତ ମିଶ୍ରଙ୍କୁ କଟକ ମହାନଗର ନିଗମକୁ ବଦଳି କରାଯାଇଥିବା ସୂଚନା ମିଳିଛି। ନଗର ଉନ୍ନୟନ ବିଭାଗର ଏହି ବଡ଼ ଅଦଳବଦଳ ପ୍ରଶାସନିକ କାର୍ଯ୍ୟକୁ ଆହୁରି ସକ୍ରିୟ ଓ ସୁଚାରୁ କରିବା ପାଇଁ କରାଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *