Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦୁଇ ଦୁଇଟି ମ୍ୟାଚରେ ପରାସ୍ତ ହାସଲ ପରେ ଏବେ ଏକ୍ଟିଭ ମୁଡକୁ ଫେରିଛି BCCI। ବାତିଲ କଲା ଖେଳାଳିଙ୍କ Diwali ଛୁଟି । ତୃତୀୟ ମ୍ୟାଚରେ ଜିତିବାକୁ ଖେଳାଳୀଙ୍କୁ ଦିୱାଲିରେ ମିଳିବନି ଛୁଟୀ ବରଂ ମିଳିବ ସ୍ଵତନ୍ତ୍ର ଟ୍ରେନିଙ୍ଗ। ସମସ୍ତ ଖେଳାଳି ଉପସ୍ଥିତ ରହିବାକୁ ବାଧ୍ୟ ବୋଲି ୱର୍ଣିଂ ଦେଇଛି BCCI। ତେବେ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଭାରତକୁ ନ୍ୟୁଜିଲ୍ୟାଣ୍ଡ ପରାସ୍ତ କରିଛି।

ଏହି ବିଜୟ ସହିତ ନ୍ୟୁଜିଲ୍ୟାଣ୍ଡ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ଆଉ ଯାହା ପରେ ଟିମ୍ ଇଣ୍ଡିଆ ଅନେକ ସମାଲୋଚନାର ଶିକାର ହୋଇଛି। କ୍ୟାପଟେନ ରୋହିତ ଶର୍ମାଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି। ଆଉ ଯାହା ପରେ ଦଳର ଏମିତି ଲଗାତାର ପରାଜକୁ ନେଇ BCCI ନେଇଛି ଆକ୍ସନ। ତେବେ ମିଳିଥିବା ରିପୋର୍ଟ ଅନୁସାରେ ବିସିସିଆଇ ଆସନ୍ତା 30,31 ଅର୍ଥାତ୍ ଦିପାବଳୀ ସମୟରେ ଏକ ତାଲିମ ଅଧିବେଶନର ଆୟୋଜନ କରିଛି । ଯେଉଁଥିରେ କି ସମସ୍ତ ଖେଳାଳି ତାଲିମ ଅଧିବେଶନରେ ଭାଗ ନେବା ବାଧ୍ୟ ବୋଲି ପ୍ରକାଶ କରିଛି। ତେବେ ବିରାଟ, ରୋହିତ ଏବଂ ଜସପ୍ରୀତ ବୁମ୍ରାଙ୍କୁ ଷ୍ଟାର କ୍ରିକେଟରଙ୍କୁ ମଧ୍ୟ ଏଥିରେ ଭାଗ ନେବାକୁ ପଡିବ।

ସେମାନେ କୌଣସି ପ୍ରକାରର ଛାଡ ପାଇବେ ନାହିଁ। ଏହାପୂର୍ବରୁ ଅନେକ ଖେଳାଳିଙ୍କ ପାଇଁ ତାଲିମ ଅଧିବେଶନରେ ଆଶ୍ଵସ୍ତି ମିଳିଥିଲା। କିନ୍ତୁ ଏହା ବର୍ତ୍ତମାନ ଘଟିବ ନାହିଁ। ତେଣୁ ସମସ୍ତ ଖେଳାଳି ଦୀପାବଳିରେ ମଧ୍ୟ ପ୍ରଶିକ୍ଷଣ ନେବେ। ତେବେ ସେପଟେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ। ଏଠାରେ ଟିମ୍ ଇଣ୍ଡିଆର ଟେଷ୍ଟ ରେକର୍ଡ ଭଲ ଅଛି ଯେପରି ସେ ରେକର୍ଡ ବଜାୟ ରହୁ ଓ ଟିମ୍ ଭାରତ ଯେପରି ପୁଣି 0ପରାସ୍ତ ନ ହେଉ ସେଥିପାଇଁ ଏପରି ପଦକ୍ଷେପ ନେଇଛି BCCI।

Leave a Reply

Your email address will not be published. Required fields are marked *