ନ୍ୟୁଜ ଡେକ୍ସ : ରାଜ୍ୟର ଯୁବ ଆଶାୟୀମାନଙ୍କୁ କେନ୍ଦ୍ର ସରକାରୀ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମାଗଣା ସିଭିଲ୍ ସର୍ଭିସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ୨୦୦ ଜଣ ଆଶାୟୀଙ୍କୁ ଚୟନ କରି ପ୍ରଶିକ୍ଷଣ ଦିଆଯିବ।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ଅନଲାଇନ୍ ଆବେଦନ ୮ ଜୁନ୍ ତାରିଖରୁ ଆରମ୍ଭ ହେବ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଚୟନିତ ପ୍ରାର୍ଥୀମାନଙ୍କୁ ପ୍ରିଲିମିନାରୀ ଓ ମେନ୍ସ ପରୀକ୍ଷା ପାଇଁ ବିଶେଷ ପ୍ରଶିକ୍ଷଣ ସହ ଆବାସିକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।
ସୂଚନା ଅନୁସାରେ, ୧୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ ଏବଂ ୨୦ ତାରିଖରେ ଫର୍ମ ସଂଶୋଧନର ସୁଯୋଗ ଦିଆଯିବ। ଏହାପରେ ୨୮ ତାରିଖରେ ପ୍ରବେଶିକା ପରୀକ୍ଷା ଆୟୋଜିତ ହେବ। ଆଡମିଟ୍ କାର୍ଡ ୨୪ ଜୁନ୍ ତାରିଖରେ ସାମ୍ସ ଓ ଏଚ୍ ଆଇ ଏମ୍ ଏସ୍ ପୋର୍ଟାଲରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

