Thu. Jun 25th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଜ୍ୟମନ୍ତ୍ରୀ ରାମଦାସ ଅଠାୱାଲେ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟ ନେତା ରାଜ୍ୟରେ ସାମାଜିକ ନ୍ୟାୟ ଏବଂ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ସାକ୍ଷାତକାର ସମୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଓ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ ଚାଲିଥିବା ବିଭିନ୍ନ ଯୋଜନା ଏବଂ ସେଗୁଡ଼ିକର ଅଧିକ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଏବଂ ଜନମୁଖୀ କରାଯିବ।

ଏହାସହ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ କରି ସାଧାରଣ ଲୋକଙ୍କ ପାଖରେ କଲ୍ୟାଣମୂଳକ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ମିଳିତ ଭାବେ କାମ କରାଯିବ।ଏହି ସୌଜନ୍ୟମୂଳକ ସାକ୍ଷାତକାର କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଏବଂ ସାମାଜିକ ନ୍ୟାୟ କ୍ଷେତ୍ରରେ ଉନ୍ନତ ସମନ୍ୱୟ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *