Thu. Jun 25th, 2026

ନ୍ୟୁଜ ଡେକ୍ସ : ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଛତ୍ର ବଜାର ନିକଟରେ ଚଢ଼ାଉ କରି ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ଗୁପ୍ତ ଖବର ପାଇ ଛତ୍ର ବଜାର ଅଞ୍ଚଳରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଅବଦୁଲ କରିମ ନାମକ ଜଣେ ଯୁବକଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ୬୦ ଗ୍ରାମ ବ୍ରାଉନ ସୁଗାର ଏବଂ ବ୍ୟବହୃତ ଦୁଇଚକିଆ ଯାନ ଜବତ କରାଯାଇଛି।ଗିରଫ ଯୁବକଙ୍କ ଘର କଟକ ସହରର ଲାଲବାଗ ଅଞ୍ଚଳର ଖଟମିଲ ସାହିରେ ବୋଲି ଜଣାପଡ଼ିଛି।

ସେ କଟକରୁ ଆସି ମାହାଙ୍ଗା ଅଞ୍ଚଳରେ ବ୍ରାଉନ ସୁଗାର କାରବାର କରୁଥିବା ନେଇ ଅବକାରୀ ବିଭାଗ ପୂର୍ବରୁ ସୂଚନା ପାଇଥିଲା।ଏହି ସୂଚନା ଆଧାରରେ ଯୋଜନାବଦ୍ଧ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାରେ ବିଭାଗ ସଫଳ ହୋଇଛି। ଏହାସହ ଏହି କାରବାର ସହ ଜଡ଼ିତ ଅନ୍ୟ ଖୁଚୁରା ବେପାରୀମାନଙ୍କ ସନ୍ଧାନରେ ତଦନ୍ତ ଜାରି ରହିଛି। ସେମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଅବକାରୀ ବିଭାଗ ପଦକ୍ଷେପ ନେଉଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *