Sun. Jun 28th, 2026

ନ୍ୟୁଜ ଡେକ୍ସ : ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ଘଟଣାରେ ଆଉ ଜଣେ ଓଡ଼ିଆ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ମହିଳା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ରାଇଡିହା ଗ୍ରାମର ବୋଲି ଜଣାପଡ଼ିଛି।

ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ ଓଡ଼ିଆଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅଧିକାଂଶ ମୃତକ ଜୁଆଙ୍ଗ ସମ୍ପ୍ରଦାୟର। ଏହାଛଡ଼ା ଆସାମର ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ହୋଇଛି।ଜୁନ୍ ୨୩ ଓ ୨୪ ତାରିଖରେ ସାତ ଜଣ ମୃତକଙ୍କ ପାର୍ଥିବ ଶରୀର ବିମାନ ଯୋଗେ ଓଡ଼ିଶାକୁ ଅଣାଯାଇଥିଲା।

ବାକି ଚାରି ଜଣଙ୍କ ପାର୍ଥିବ ଶରୀର ଆବଶ୍ୟକ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟକୁ ଆଣାଯିବ ବୋଲି ସୂଚନା ମିଳିଛି।ଜୁନ୍ ୨୧ ତାରିଖରେ ପେରିଆପାଲାୟମ୍ ନିକଟରେ ଘଟିଥିବା ଏହି ଗ୍ୟାସ ଲିକ୍ ଦୁର୍ଘଟଣା ପରେ ଓଡ଼ିଶାର ୩୨ ଜଣ ପ୍ରବାସୀ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମ୍ପୃକ୍ତ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *