ନ୍ୟୁଜ ଡେକ୍ସ : ଦୀର୍ଘ ୨୦ ଦିନ ପରେ ରାମ ମନ୍ଦିରର ଦାନ ବାକ୍ସରୁ ପାଣ୍ଠି ଆତ୍ମସାତ ଅଭିଯୋଗ ମାମଲାରେ ମାମଲା ରୁଜୁ କରାଯାଇଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଥିବା ବେଳେ ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି।ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କୃଷ୍ଣମୋହନଙ୍କ ଅଭିଯୋଗ ଆଧାରରେ ଗୁରୁବାର ସନ୍ଧ୍ୟାରେ ରାମ ଜନ୍ମଭୂମି ଥାନାରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ସହ ଜଡ଼ିତ କିଛି କର୍ମଚାରୀ ଓ ଅନ୍ୟାନ୍ୟ ବ୍ୟକ୍ତି ସାମିଲ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଟ୍ରଷ୍ଟର ବରିଷ୍ଠ ଅଧିକାରୀ ଚମ୍ପତ ରାୟ, ଡକ୍ଟର ଅନିଲ ମିଶ୍ର ଓ ଗୋପାଳ ରାଓଙ୍କ ନାମ ମାମଲାରେ ସାମିଲ କରାଯାଇନାହିଁ। ସୂତ୍ର ଅନୁସାରେ ଗିରଫ ହୋଇଥିବା ସମସ୍ତ ଆଠ ଜଣଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରୁଛନ୍ତି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

