Fri. Jun 26th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ରାଜନୀତିରେ ଚାଲିଥିବା ସମସ୍ତ କଳ୍ପନା ଓ ଜଳ୍ପନାର ଅବସାନ ଘଟିଛି। ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ବିଜେଡିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହା ପରେ ସୁଜାତା କାର୍ତ୍ତିକେୟନଙ୍କୁ ଦଳର ସଭାପତି ଭାବେ ଘୋଷଣା କରାଯାଇଥିଲା।ସୁଜାତା କାର୍ତ୍ତିକେୟନ ପୂର୍ବରୁ ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ। ପରେ ସେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ରାଜନୀତିରେ ପ୍ରବେଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସେ ମିଶନ ଶକ୍ତି ବିଭାଗର ସଚିବ ଥିବାବେଳେ ସାଧାରଣ ନିର୍ବାଚନ ସମୟରେ ପଦର ଦୁରୁପଯୋଗ କରିଥିବା ଅଭିଯୋଗ ଉଠିଥିଲା। ଏହି ଅଭିଯୋଗକୁ ନିର୍ବାଚନ ଆୟୋଗ ଗୁରୁତ୍ୱର ସହ ନେଇ ତାଙ୍କୁ ସେହି ବିଭାଗରୁ ବଦଳି କରିଥିଲେ। ପରବର୍ତ୍ତୀ ସମୟରେ ସେ ଛୁଟି ନେବା ସହ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କର ବିଜେଡିରେ ଯୋଗଦାନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *