Tue. Jun 30th, 2026

ନ୍ୟୁଜ ଡେକ୍ସ : ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଥିବା ରାଜ୍ୟବାସୀଙ୍କୁ ବର୍ଷା ସାମୟିକ ଆଶ୍ୱସ୍ତି ଦେଇଛି। ସୋମବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ତୁହାକୁ ତୁହା ବର୍ଷା ସହ କେତେକ ସ୍ଥାନରେ ପବନ ମଧ୍ୟ ବହିଥିଲା। ଏହାଫଳରେ ପାଗରେ ପରିବର୍ତ୍ତନ ଆସିବା ସହ ଲୋକମାନେ ଗରମରୁ ସାମାନ୍ୟ ନିସ୍ତାର ପାଇଛନ୍ତି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।ପାଣିପାଗ ବିଶେଷଜ୍ଞଙ୍କ ମତାନୁସାରେ, ଲଘୁଚାପ ସୃଷ୍ଟି ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ପ୍ରଭାବ ପକାଇପାରେ।

ଏହାର ପ୍ରଭାବରେ ଜୁଲାଇ ୧ ଓ ୨ ତାରିଖରୁ ପାଗରେ ଅଧିକ ପରିବର୍ତ୍ତନ ଦେଖାଯିବା ସହ ବର୍ଷାର ତୀବ୍ରତା ବଢ଼ିବ।ବିଶେଷକରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପାଣିପାଗ ବିଭାଗର ସୂଚନା ଉପରେ ନଜର ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *