Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁଣି ସ୍କ୍ରବ ଟାଇଫସ୍ ନେଲା ଆଉ ଏକ ଜୀବନ । ସ୍କ୍ରବ୍ ଟାଇଫସ୍‌ରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆଙ୍ଖିଦାଦର ଗାଁର ହୋଇଥିବା ବେଳେ ଗତ ୧୧ ଦିନ ହେବ ସେ ବୁର୍ଲାର ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ।

ଏବେ ତାଙ୍କର ମୃତ୍ୟୁ ହୋଇଛି । ସ୍କ୍ରବ ଟାଇଫସ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ | ତେବେ ସୂଚନା ମୁତାବକ, ଲେକ୍ରୁ ନିଜ ଧାନ ଚାଷରେ ସାର ସିଞ୍ଚନ କରିବା ପାଇଁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍କ୍ରବ ଟାଇଫସ୍ ପୋକ କାମୁଡ଼ି ଦେଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସମଲେଶ୍ଵରୀ ଘରୋଇ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୧ ଦିନ ଚିକିତ୍ସାଧୀନ ରହିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଲେକ୍ରୁଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *