Thu. Jun 4th, 2026

ନ୍ୟୁଜ ଡେକ୍ସ : ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଅମୀର ଖାନ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି। ଦୀର୍ଘଦିନ ଧରି ତାଙ୍କ ଓ ଗୌରୀ ସ୍ପ୍ରେଟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ତାଙ୍କ ବିବାହ ନେଇ ନୂଆ ଖବର ସାମ୍ନାକୁ ଆସିଛି।ସୂଚନା ଅନୁଯାୟୀ, ୬୧ ବର୍ଷୀୟ ଅମୀର ଖାନ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ସହ ୫ ଜୁଲାଇ ୨୦୨୬ରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିବାକୁ ଯାଉଛନ୍ତି।

ଏହି ସମାରୋହରେ ଉଭୟ ପରିବାର ଓ କେବଳ ନିକଟତମ ବନ୍ଧୁମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।ଅମୀର ଖାନ ପୂର୍ବରୁ ଅନେକ ସାକ୍ଷାତକାରରେ କହିଛନ୍ତି ଯେ ସେ ଓ ଗୌରୀ ପରସ୍ପର ପ୍ରତି ଗଭୀର ଭାବେ ସମର୍ପିତ। ସେ ଏହା ମଧ୍ୟ ମନେ କରନ୍ତି ଯେ ହୃଦୟରୁ ସେ ଗୌରୀଙ୍କୁ ନିଜ ଜୀବନସାଥୀ ଭାବେ ଗ୍ରହଣ କରିସାରିଛନ୍ତି।ଗତ ବର୍ଷ ତାଙ୍କ ୬୦ତମ ଜନ୍ମଦିନ ସମୟରେ ଏହି ସମ୍ପର୍କକୁ ସାର୍ବଜନୀନ କରିବା ପରେ, ଏହି ଦୁଇଜଣଙ୍କୁ ପ୍ରାୟତଃ ବିଭିନ୍ନ କାର୍ଯ୍ୟକ୍ରମ ଓ ପାର୍ଟିରେ ଏକାଠି ଦେଖାଯାଉଛି।

ଏବେ ସେମାନେ ମୁମ୍ବାଇରେ ଏକାଠି ରହୁଥିବା ଖବର ମଧ୍ୟ ଆସିଛି।ଗୌରୀ ସ୍ପ୍ରେଟ ବେଙ୍ଗାଲୁରୁର ମୂଳବାସିନୀ ଏବଂ ଏକ ଛଅ ବର୍ଷର ପୁଅର ମାଆ ବୋଲି ଜଣାପଡ଼ିଛି। ସେ ଏବେ ଅମୀର ଖାନଙ୍କ ପ୍ରଡକ୍ସନ ହାଉସ ସହ ମଧ୍ୟ ଜଡିତ ଥିବାରୁ ଦୁଇଜଣଙ୍କ ମଧ୍ୟରେ ପେଶାଗତ ସମ୍ପର୍କ ମଧ୍ୟ ଆହୁରି ଘନିଷ୍ଠ ହୋଇଛି।ତଥାପି, ବିବାହ ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନଥିବା ବେଳେ, ଏହି ଖବର ବଲିଉଡ ମହଳରେ ଖୁବ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *