Tue. Apr 21st, 2026

ନ୍ୟୁଜ ଡେକ୍ସ: ସରିଛି ଆଲୋକର ପର୍ବ ଦିପାବଳୀ ହେଲେ ଏହାର ପ୍ରଭାବରେ ବେହାଲ ହୋଇପଡିଛି ଟ୍ବିନ୍ ସିଟି । ଦିପାବଳୀରେ ପ୍ରବଳ ବାଣ ଫୁଟାଇବାରୁ ପ୍ରଦୂଷଣ ମାତ୍ରା ବଢିଛି । ଆଜି ଭୋରରୁ ଟ୍ବିନ୍‌ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି ।

ଏତେ କୁହୁଡ଼ି ଯେ, ମୁହଁକୁ ମୁହଁ ଦିଶୁନାହିଁ । ଫଳରେ ଗାଡ଼ି ଚଳାଚଳରେ ବାଧା ପରିଲିକ୍ଷିତ ହେଉଛି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି | ତେବେ ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱର ସହ କଟକରେ ବି ଆଜି ସକାଳେ କୁହୁଡ଼ିର ମୋଟା ଆସ୍ତରଣ ଜମିଛି। ଦୃଶ୍ୟମାନ ଦୂରତା ଖୁବ୍‌ କମ୍‌ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏପରିକି ସକାଳେ ଲୋକେ ଗାଡ଼ି ଲାଇଟ ଲଗାଇ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏତେ କୁହୁଡି ଯେ, ମୁହଁକୁ ମୁହଁ ଦିଶୁନାହିଁ। ୧୦୦ ମିଟର ଦୂରତାରୁ ମଧ୍ୟ ମୁହଁ ଦିଶୁନି। ଫଳରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ସାଧାରଣ ଜନଜୀବନ ମଧ୍ୟ ବ୍ୟାଘାତ ହୋଇଛି।

Leave a Reply

Your email address will not be published. Required fields are marked *