ନ୍ୟୁଜ ଡେକ୍ସ: ପୁଣି ବିମାନରେ ବୋମା ଆତଙ୍କ । ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ ବୋମା ଆତଙ୍କ ଖେଳିଯିବାରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନକୁ ଜରୁରୀ ଅବତରଣ କରାଯାଇଛି ।
ତେବେ ସୂଚନା ମୁତାବକ, ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ କରିଛି ବିମାନ। ବିମାନରେ ବୋମା ଥିବା ନେଇ ଧମକ ମିଳିବା ପରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନର ଜରୁରୀ ଅବତରଣ କରାଯାଇଛି। ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବୋମା ଆତଙ୍କ ପରେ ସୁରକ୍ଷାକର୍ମୀମାନେ ବିମାନରେ ତଲାସୀ ଆରମ୍ଭ କରିଥିଲେ। ତେବେ କୌଣସି ବୋମାର ସନ୍ଧାନ ମିଳିପାରି ନାହିଁ ।
ଗତ କିଛି ଦିନ ହେବ ଲଗାତାର ବିଭିନ୍ନ ବିମାନକୁ ବୋମା ଧମକ ମିଳି ଆସୁଛି। ଏଥିଲାଗି ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଆଜିର ଏହି ବୋମା ଆତଙ୍କ ଥିବାନେଇ ବିମାନର ଜରୁରୀ ଅବତରଣ ପରେ ସୁରକ୍ଷାକର୍ମୀମାନେ ବିମାନର ଯାଞ୍ଚ କରିବା ଆରମ୍ଭ କରିଥିବାବେଳେ କୌଣସି ବୋମା ନଥିବା ଜଣାପଡିଛି । ଅନ୍ୟପଟେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ମଧ୍ୟ ଜଣା ପଡିଛି ।
