ନ୍ୟୁଜ ଡେକ୍ସ: ପୋଖରୀରେ ବୁଡ଼ି ଚାଲିଗଲା ୨ ସଂପର୍କୀୟ ଭାଇଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଏକତାଳି ଗାଁରେ। ଜଣଙ୍କ ବୟସ ୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୮ବର୍ଷ ହୋଇଥିଲା ବୋଲି ଜଣାଯାଇଛି | ସୂଚନା ମୁତାବକ, ଆଜି ବଡ଼ ଓଷା ଥିବାରୁ ମନ୍ଦିର ଯିବା ପାଇଁ ୨ ସଂପର୍କୀୟ ଭାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
ଏହି ସମୟରେ ଅସାବଧାନ କାରଣରୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ। ମୃତକ ଦ୍ବୟ ହେଲେ ଗଣେଶ୍ବର ବେହେରା ଓ ଶୁଭମ ବେହେରା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଭଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ତେବେ ପୋଖରୀ ପାଖରେ ଉଭୟଙ୍କର ଚପଲ ପଡିଥିବା ଦେଖିବା ପରେ ଲୋକେ ପୋଖରୀ ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ।
ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁଇଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।