ନ୍ୟୁଜ ଡେକ୍ସ: ଚଳିତ ବର୍ଷ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇ କଂସ ଚୟନ ହୋଇଛନ୍ତି। ମଥୁରାଧୀପତି ନରେଶ ମହାରାଜ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ବର ପ୍ରଧାନ। ୧୧ ଦିନ ଧରି ଚାଲିବ ତାଙ୍କରି ଶାସନ । ତାଙ୍କରି ଅଟ୍ଟହାସ୍ୟରେ କମ୍ପିବ ମଥୁରା। ଏଥର ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ସମୟରେ ବରଗଡ଼ ସହରରେ ରାଜ୍ କରିବେ। ତାଙ୍କର ଇସାରାରେ ବରଗଡ଼ ପରିଚାଳିତ ହେବ।
ସେ କଡ଼ା ସଂଳାପ କହି ମୁକ୍ତାକାଶ ରଂଗମଞ୍ଚକୁ ଦୁଲୁକାଇବେ। ଚୟନ କମିଟି ଆଜି ଭୁବନେଶ୍ବର ପ୍ରଧାନଙ୍କ ନାମରେ ମୋହର ମାରିଛି। ଶ୍ରୀ ପ୍ରଧାନ ଅନ୍ୟ ୩ ଜଣଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ବାଜି ମାରିଛନ୍ତି।ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଧନୁଯାତ୍ରା କମିଟି ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଚୟନ ପାଇଁ ଅଡିସନରେ ଭୁବନେଶ୍ବର ପଧାନ, ଜଗଦାନନ୍ଦ ମିଶ୍ର, ଆର୍ତ୍ତତ୍ରାଣ ସୁନାନି ଓ ସୁଶୀଲ ମେହେର ସାମିଲ ହୋଇଥିଲେ। ଏହି ୪ ଜଣ ୨୦୨୨ ମସିହାରେ ଦ୍ଵିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଥିଲେ। ହୃଷୀକେଶ ଭୋଇ ଏଥର ବାଦ୍ ପଡ଼ିଛନ୍ତି ପରେ ନୂଆ କଂସ ଚୟନ କରାଯାଇଥିଲା। ଗତ ୨୦୨୨ ମସିହାରେ ହୋଇଥିବା କଂସ ଚୟନରେ ଦ୍ୱିତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଥିବା ଚାରିଜଣ କଳାକାରଙ୍କ ମଧ୍ୟରୁ ଜଣକୁ ଚୟନ କରାଯାଇଛି । ବରଗଡ଼ ଟାଉନ ହଲ ଠାରେ କଂସ ଚୟନ ପ୍ରକ୍ରିୟା ହୋଇଥିଲା।
ଯେଉଁ ଥିରେ ସାମିଲ ହୋଇଥିଲେ ୪ ଜଣ ଦକ୍ଷ କଳାକାର ଭୁବନେଶ୍ୱର ପ୍ରଧାନ, ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର ଓ ଶୁଣିଲ ମେହେର । ବରଗଡ଼ ଜିଲ୍ଲାର ଅଧ୍ୟାପକ ଚୂଡାମଣି ରଥ,ଭବାନି ପାଟଣାର ଡ. ଉମେଶ ଚନ୍ଦ୍ର ଶତପଥି , ଝାରସୁଗୁଡ଼ା ଜିଲ୍ଲାର ସଂଦୀପ ଆଚାର୍ଯ୍ୟ ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାଙ୍କନ କରି ଚଳିତବର୍ଷ ଧନୁଯାତ୍ରାର କଂସଙ୍କୁ ଚୟନ କରିଛନ୍ତି। ଭୁବନେଶ୍ବର ପ୍ରଧାନଙ୍କୁ କଂସ ଭାବେ ଚୟନ କରାଯାଇଛି। ଧନୁଯାତ୍ରାରେ ସେ କଂସ ଭୂମିକାରେ ଅଭିନୟ କରିବେ। ୧୧ ଦିନ ଧରି ବରଗଡ ଧନୁଯାତ୍ରାରେ ତାଙ୍କରି ଶାସନ ଚାଲିବ।