Mon. Dec 23rd, 2024

ନ୍ୟୁଜ ଡେକ୍ସ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜୟ ଶାହା। ନିଜେ ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ଏସବୁ ଭିତରେ ଜୟ ଶାହ ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।କୁହାଯାଉଛି ଯେ ପାକିସ୍ତାନ କ୍ରିକେଟ ବୋର୍ଡ କୌଣସି ଉପାୟ ନ ପାଇ ହାଇବ୍ରିଡ ମଡେଲ ଆପଣାଇବାକୁ ରାଜି ହୋଇଛି। ଆଇସିସି ପକ୍ଷରୁ ହିଁ ପିସିବିକୁ ହାଇବ୍ରିଡ ମଡେଲର ପ୍ରସ୍ତାବ ଦିଆଯାଇଥିଲା।

ତେବେ ଚାମ୍ପିୟନ୍ସ ଟ୍ରଫିର ହୋଷ୍ଟିଂକୁ ନେଇ ଏଯାଏ କୌଣସି ସ୍ପଷ୍ଟତା ଆସିନାହିଁ।୨୦୨୦ରୁ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହୋଇଥିଲା। ଏହାପରେ ଜୟ ଶାହ ଆଜି ଏହି ପଦ ଅଳଙ୍କୃତ କରିଛନ୍ତି। ଶାହ ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ମୁଖ୍ୟ ହୋଇଛନ୍ତି।

ଆଇସିସି ଦ୍ବାରା ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୨୮ ମସିହାରେ ଲସ୍ ଆଞ୍ଜେଲସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ ଗେମ୍ସ ଉପରେ ବିଶେଷ ଧ୍ୟାନ ରହିବ।ସୂଚନାଯୋଗ୍ୟ, ୨୦୧୯ରେ ଜୟ ଶାହା ବିସିସିଆଇର ସର୍ବ କନିଷ୍ଠ ସଚିବ ଭାବରେ ନିର୍ବାଚିତ ହୋଇଥିଲେ। ଯେଉଁଥିରେ ସେ ରେକର୍ଡ ଭାଙ୍ଗୁଥିବା ଆଇପିଏଲ୍ ମିଡିଆ ରାଇଟ୍ସ ଡିଲ୍, ୱିମେନ୍ସ ପ୍ରିମିୟର ଲିଗ୍, ଟେଷ୍ଟ କ୍ରିକେଟ୍ କୁ ପ୍ରୋତ୍ସାହନ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜରିଆରେ ଭାରତୀୟ କ୍ରିକେଟକୁ ନୂତନ ଶିଖରକୁ ନେବାରେ ସାହାଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *