Fri. Apr 17th, 2026

ନ୍ୟୁଜ ଡେକ୍ସ: ରାଜ୍ୟରେ ଆଜିଠୁ ବଢିବ ଶୀତ । ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟର ପଶ୍ଚିମା ଗତି ଯୋଗୁଁ ଆଜିଠାରୁ ରାଜ୍ୟ ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁର ପ୍ରବାହ ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଆଜିଠୁ ଶୀତ ବଢିବା ନେଇ ପୂର୍ବାନୁମାନ କରିଛି ବିଭାଗ ।

ପାଣିପାଗ ବିଭାଗର ଆକଳନ କହୁଛି, ୧ ତାରିଖରେ କୋରାପୁଟ ଓ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ । ରାଉରକେଲା ଓ ଝାରସୁଗୁଡ଼ାରେ ୧୨ ଡିଗ୍ରୀ, ବଲାଙ୍ଗିର, ନୂଆପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧାରେ ପାରଦ ୧୩ ଡିଗ୍ରୀ ରହିବ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ରବିବାର କିଛି ସ୍ଥାନରେ ରାତି ତାପମାତ୍ରା ଖସିଛି।

ମଙ୍ଗଳବାରଠାରୁ ଉପକୂଳ ଓଡ଼ିଶାରେ ଶୀତ ବଢ଼ିବ । ୭ ଓ ୮ ତାରିଖ ବେଳକୁ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ରବିବାର ଜି ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି । ସେମିଳିଗୁଡ଼ାରେ ୧୧.୮,ଦାରିଙ୍ଗିବାଡ଼ିରେ ୧୨,କୋରାପୁଟରେ ୧୨.୪, ଫୁଲବାଣୀରେ ୧୩.୫ଡିଗ୍ରୀ ରେକର୍ଡ ହୋଇଥିଲା ।

Leave a Reply

Your email address will not be published. Required fields are marked *