Mon. Dec 23rd, 2024

ଡେସ୍କ: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ଯାତନା ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ରାହୁଲ ଲେଖିଛନ୍ତି, ”ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଘଟଣା ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସର ସାହାଯ୍ୟ ମାଗିବାକୁ ଯାଇଥିବା ଜଣେ ସେନା ଅଧିକାରୀଙ୍କୁ ଅତି ନିର୍ମମ ଭାବେ ମାଡ ମାରିବା ସହ ତାଙ୍କ ତାଙ୍କର ବାନ୍ଧବୀଙ୍କ ନିର୍ଯାତନା ଦିଆଯାଇଛି। ଏହି ଘୃଣ୍ୟ ଘଟଣା ସମଗ୍ର ମାନବିକତା ପାଇଁ ଲଜ୍ଜାଜନକ ଅଟେ। ବିଜେପି ସରକାରଙ୍କ ଅଧୀନରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି। ଯେତେବେଳେ ଅନ୍ୟାୟ ଆଶ୍ରୟ ପାଇଥାଏ, ତେବେ ସାଧାରଣ ନାଗରିକ କାହାଠାରୁ ସାହାଯ୍ୟ ଆଶା କରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣାର ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ। ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ପୁଲିସର ସହାୟତା ମାଗିବାକୁ ଯାଇଥିବା ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସ ଯେଭଳି ବର୍ବରତା ଓ ଯୌନ ହିଂସା କରିଛି ସେଥିରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି ।

Leave a Reply

Your email address will not be published. Required fields are marked *